Categories: ଫୁରସତ

କୁନି ପୁଅକୁ ଏପରି ଆଲିଙ୍ଗନ କରୁଛି କୁକୁଡା

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କୁନି ପୁଅକୁ ଏକ କୁକୁଡା ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ୨ଟି କୁକୁଡା ବାହାରେ ବୁଲୁଛନ୍ତି। ସେହି ସମୟରେ ଏକ କୁନି ପିଲା ଆସି କୁକୁଡାଙ୍କ ନିକଟରେ ଆଣ୍ଠୁମାଡି ବସୁଛି। ପରେ ଏକ ଧଳା କୁକୁଡା ପିଲାଟି ନିକଟକୁ ଦୌଡି ଆସି ପିଲାଟିର ବାହୁରେ ମୁହଁ ରଖି ଶୋଇଯାଉଛି। ଏହି ଭିଡିଓକୁ ଟୁଇଟର ୟୁଜର Simon BRFC Hopkins ପକ୍ଷରୁ ଶେୟାର କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share