Categories: ଫୁରସତ

କୁକୁର ପିଠିରେ ଚଢ଼ିଗଲେ କୁକୁଡ଼ା ଛୁଆ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରାୟତଃ କୁକୁଡ଼ା ଛୁଆ କୁକୁରକୁ ଡରନ୍ତି। କୁକୁର କୁକୁଡ଼ା ଛୁଆକୁ ଖାଇଦିଏ ବୋଲି ମାଲିକମାନେ ସେମାନଙ୍କୁ ଜଗିଥାନ୍ତି। ମାତ୍ର ଏଠାରେ କିଛି ବିପରୀତ ଦେଖିବାକୁ ମିଳିଛି। କୁକୁର ଉପରେ କୁକୁଡ଼ା ଛୁଆଗୁଡ଼ିକ ଅଛନ୍ତି। କିଏ କୁକୁର ପେଟରେ ତ କିଏ ପିଠିରେ ଚଢ଼ିଯାଉଛନ୍ତି। ମାତ୍ର କୁକୁରଟି ସେମାନଙ୍କର କିଛି କ୍ଷତି କରୁନାହିଁ, ସେମିତି ସେମାନଙ୍କୁ ସ୍ନେହରେ ଚାହିଁ ଗେଲ କରୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ଡଗଲିଂସ’।ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

Share