ଗଛଲତାଙ୍କ ରାସାୟନିକ ଭାଷା

ସେମାନେ ଏବେ ଏବର ଭାଷା ସହିତ ସଂପୃକ୍ତ ରସାୟନଗୁଡିକ ଉପରେ ଅଧ୍ୟୟନ ଚଳାଇଛନ୍ତି। ତାଙ୍କ ଦ୍ୱାରା ଅନୁଷ୍ଠିତ ଏକ ସଦ୍ୟ ପରୀକ୍ଷା ଏବର ମତବାଦ ଉପରେ ବିଶ୍ୱାସ ଆଣିଥାଏ। ଏଥିରେ ସେମାନେ ୪୫ଟି ଜଣାଶୁଣା ଉଦ୍ଭିଦଙ୍କୁ କୁଣ୍ଡରେ ଲଗାଇ ତହିଁରୁ ୩୦ଟିକୁ ଗୋଟିଏ ପ୍ରକୋଷ୍ଠରେ ଓ ଅନ୍ୟ ୧୫ଟିକୁ ତାହାର ଅନେକ ଦୂରରେ ଅନ୍ୟ ଏକ ପ୍ରକୋଷ୍ଠ ମଧ୍ୟରେ ରଖିଲେ। ତତ୍ପରେ ପ୍ରଥମ ପ୍ରକୋଷ୍ଠର ୧୫ଟି ଉଦ୍ଭିଦରୁ ପତ୍ରକୁ ଯନ୍ତ୍ର ସାହାଯ୍ୟରେ ଚିରି ଦେଲାବେଳେ ଅନ୍ୟ ୧୫ଟିକୁ ପୂର୍ବ ଭଳି ରହିବାକୁ ଦେଲେ। ପ୍ରାୟ ୫୦ ଘଣ୍ଟା ପରେ ସେମାନେ ତାହାର ପତ୍ରଗୁଡିକରେ କୀଟପତଙ୍ଗ ପାଇଁ ଅରୁଚିକର ‘ଫିନୋଲିକ୍‌’ ଯୌଗିକମାନଙ୍କ ସନ୍ଧାନ ନେଲେ। ଫଳରେ ଜଣାପଡ଼ିଲା ଯେ ଏ ପ୍ରକୋଷ୍ଠର ଚିରା ହୋଇଥିବା ଏବଂ ତାହା ନ ହୋଇଥିବା ଉଭୟ ପ୍ରକାର ପତ୍ରରେ ଏହି ରସାୟମାନ ରହିଛି। ଅତଏବ ଚିରା ପତ୍ରଯୁକ୍ତ ୧୫ଟି ଉଦ୍ଭିଦ ସେମାନଙ୍କର ପଡ଼ୋଶୀ ୧୫ଟିକୁ ଆଗତ ପ୍ରାୟ ବିପଦର ସୂଚନା ଦେଇଛନ୍ତି ଏବଂ ସେହି ଅନୁସାରେ ସେଗୁଡିକ ମଧ୍ୟ ଏ ରସାୟନ ଉତ୍ପନ କରିଛନ୍ତି। କିନ୍ତୁ,ଅନ୍ୟପକ୍ଷରେ ଦୂର ହେଉଥିବା ଉଦ୍ଭିଦମାନଙ୍କ ନିକଟରେ ଏ ସୂଚନା ପହଞ୍ଚତ୍ ପାରିଲା ନାହିଁ। ତେଣୁ ସେମାନଙ୍କର ପତ୍ରରେ ଏହା ଉତ୍ପନ ହୋଇପାରିନାହିଁ।
ବୈଜ୍ଞାନିକମାନେ ମନେ କରନ୍ତି ଯେ, ଗୋଟିଏ ଗଛର ପତ୍ରଗୁଡିକର ପରସ୍ପର ମଧ୍ୟରେ ଯୋଗାଯୋଗ ଦୁଇଟି ଭିନ୍ନ ଭନ୍ନ ଗଛର ପତ୍ରମାନଙ୍କର ତୁଳନାରେ ଅଧିକ। କୀଟପତଙ୍ଗ ଇତ୍ୟାଦି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ପତ୍ର ଅଲଗା ଅଲଗା ପ୍ରତିରକ୍ଷା ପନ୍ଥା ଅବଲମ୍ବନ କରନ୍ତି। ଫଳରେ ଶତ୍ରୁମାନେ ଏ ସମ୍ପର୍କରେ ଜାଣିବାର ସୁଯୋଗ ପାଆନ୍ତି ନାହିଁ। ଏ ଖେଳ ଚାଲିଥାଏ ଅବିରତ ଭାବେ। ଅଧିକାଂଶ ସ୍ଥଳେ ରୁଚିକର ପତ୍ରଟିଏ ବିଷାକ୍ତ ପତ୍ର ଦ୍ୱାରା ସୁରକ୍ଷିତ ରହେ।
ଗଛଗୁଡ଼ିକର ଏଭଳି ଭାବର ଆଦାନ ପ୍ରଦାନ ସମ୍ପର୍କୀୟ ଏବର ମତବାଦ ମଧ୍ୟ ସମ୍ପୂର୍ଣ୍ଣରୂପେ ବୋଧଗମ୍ୟ ହୋଇପାରିଲାନାହିଁ। ବୈଜ୍ଞାନିକମାନେ ତଥାପି ଏ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ପ୍ରମାଣିତ ହେଲେ ଏହା ଉଦ୍ଭିଦ ବିଜ୍ଞାନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବ। ତହିଁରୁ ଉଦ୍ଭିଦମାନଙ୍କର ସାମୂହିକ ଆଚରଣ ସମ୍ପର୍କରେ ଅନେକ ତଥ୍ୟ ଉନ୍ମୋଚିତ ହୋଇପାରିବ। ଅତଏବ ମଣିଷ ହୁଏତ ସେମାନଙ୍କ ପ୍ରତି ପ୍ରଦର୍ଶନ କରି ଆସୁଥିବା ରୁକ୍ଷ ଓ ନିର୍ଦ୍ଦୟ ଆଚରଣକୁ ବଦଳାଇବାକୁ ଚିନ୍ତା କରିବ।

(ଶେଷ ଭାଗ)
-ପ୍ର. ରମେଶ ଚନ୍ଦ୍ର ପରିଡ଼ା ଉଷାନିବାସ, ୧୭୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri