ରଥରେ ଲାଗିଲା ବିଦ୍ୟୁତ୍‌ ତାର : ଜଣେ ମୃତ, ୭ ଗୁରୁତର

ବାଲେଶ୍ୱର ଅଫିସ,୧।୭: ରଥଟଣା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଗୁଡ଼ିଖାଳ ମଲ ସାହି ଗାଁରେ।
ସୂଚନାଯୋଗ୍ୟ, ସନ୍ଧ୍ୟାରେ ମଠସାହି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ର ସମୟରେ ଛକ ନିକଟ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରରେ ରଥଟି ଲାଗି ଯାଇଥିଲା। ବର୍ଷାରେ ରଥ ଓଦା ହୋଇଥିବାରୁ ରଥକୁ ଛୁଇଁଥିବା ଲୋକେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ୮ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା ।  ମୃତକ ହେଲେ ଆଗରଡ଼ା ଗ୍ରାମର ଅନିଲ କୁମାର ସାହୁ । ୭ ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।