ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତ ବନ୍ଦ

ରାଉରକେଲା ଅଫିସ,୨୬।୨: ଜିଏସ୍‌ଟି ସରଳୀକରଣ ଇ- କମର୍ସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତବନ୍ଦର ପ୍ରଭାବ ରାଉରକେଲାରେ ପଡ଼ିଛି। ସକାଳ ୬ଟାରୁ ସହରର ଦୋକାନ ବଜାର ସହ ବ୍ୟାବସାୟିକ ସଂଗଠନ ବନ୍ଦ ରହିଛି। ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗ, ସର୍ବଭାରତୀୟ ବ୍ୟବସାୟୀ ସଂଘର ବ୍ରିଜ ମୋହନ ଅଗ୍ରୱାଲ, ସୁବ୍ରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀ ଦୋକାନ ବଜାର ବନ୍ଦ କରିଛନ୍ତି। ସହରର ପ୍ରମୁଖ ବଜାର ପାନପୋଷ, ଉଦିତନଗର, ଡେଲି ମାର୍କେଟ, ସେକ୍ଟର ୧୯ର ଇସ୍ପାତ ସେଣ୍ଟ୍ରାଲ ମାର୍କେଟ, ଛେଣ୍ଡ୍‌ ଭିଏସଏସ ମାର୍କେଟ, କଳିଙ୍ଗ ବିହାର, ସେକ୍ଟର-୧୮ ଟ୍ରାଫିକ ମାର୍କେଟ, ରାଉରକେଲାର ମୁଖ୍ୟ ମାର୍କେଟ ଆଦି ବନ୍ଦ ରହିଛି। ପେଟ୍ରୋଲ ପମ୍ପ, ଔଷଧ ଦୋକାନ, ସରକାରୀ ଅଫିସ, ବ୍ୟାଙ୍କ ଆଦି ଖୋଲା ରହିଛି।