ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ

ଖୋର୍ଦ୍ଧା ଅଫିସ,୨୪ା୩: ଖୋର୍ଦ୍ଧା ଜିଲାରେ ଚଳିତ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ହୋଇଛି। ଶତାଧିକ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ନକଲିି ଚାଷୀଙ୍କଠାରୁ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଛି। ଧାନକିଣା ଦୁର୍ନୀତିରେ ଅଭିଯୋଗ ଆସିଥିବା କେତେଜଣ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଜିଲା ପ୍ରଶାସନ, ସମବାୟ ସଂସ୍ଥା ଏବଂ ଜିଲା ଯୋଗାଣ ବିଭାଗର ନୀରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଅଭିଯୋଗ ଆସିଥିବା ସମିତି ସମ୍ପାଦକଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପରିବର୍ତ୍ତେ ଯୋଗାଣ ବିଭାଗର କେତେଜଣ ଅଧିକାରୀ ତାଙ୍କୁ କାର୍ଯ୍ୟାଳୟକୁ ଡାକି ଘଣ୍ଟ ଘୋଡାଉଥିବା ଚର୍ଚ୍ଚା ହେଉଛି।
ସୂଚନାଥାଉ କି, ଜଟଣୀ ବ୍ଲକ ଅଙ୍ଗାରପଡା ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ଗୋଚର ଜମି, ଅନାବାଦି ଜମି, ରକ୍ଷିତ ପତିତ ଜମି, ଜଙ୍ଗଲ ଜମିକୁ ଚାଷ ଜମି ଏବଂ କେନାଲ ନଥିବା ମୌଜାରେ କେନାଲ ଦର୍ଶାଇ ନକଲିି ଚାଷୀଙ୍କ ନଁାରେ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଥିବା ନେଇ ଚାଷୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ଏହି ଘଟଣାର ତଦନ୍ତ ଲାଗି ଜିଲା ଯୋଗାଣ ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ ଶୀତଳଭଣ୍ଡାରରେ ରହିଛି। ସେହିପରି ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁରପାଟଣା ପ୍ୟାକ୍ସରେ ଅନିୟମିତତା ନେଇ ଚାଷୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ମଧ୍ୟ ଜିଲାପାଳ ଜିଲା ଯୋଗାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ପରେ ଏହି ବ୍ଲକ ଅନ୍ତର୍ଗତ ଅସରଳା ପ୍ୟାକ୍ସରେ ଜନୈକ ବ୍ୟକ୍ତି ପରିବାରର ୧୨ଜଣ ସଦସ୍ୟଙ୍କ ନାମରେ ଶ୍ରୀଜଗନ୍ନାଥ ଜମି ନିଜ ଚାଷଜମି ଦର୍ଶାଇ ୭୦ କୁଇଣ୍ଟାଲ ଧାନ ବିକ୍ରି କରିଥିବା ନେଇ ଚାଷୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଦୁଇ ଘଟଣାରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋଲଗଡ ବ୍ଲକର ଏହି ଦୁଇ ପ୍ୟାକ୍ସ ବିରୋଧରେ ଆସିଥିବା ଘଟଣାର ତଦନ୍ତ ଲାଗି ଜିଲାପାଳଙ୍କୁ କହିଥିଲେ। ଘଟଣାର ତଦନ୍ତ କରାଯିବ ବୋଲି ଜିଲାପାଳ ସନତ ମହାନ୍ତି କହିଛନ୍ତି। ଅନ୍ୟପକ୍ଷେ ଚାଷୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଯୋଗାଣ ଅଧିକାରୀ ଅନାଥ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri