ମାର୍ଣ୍ଡିଙ୍କ ପାଇଁ ଚ୍ୟାଲେଞ୍ଜ ମକରଧ୍ୱଜ

ବାଙ୍ଗିରିପୋଷି,୨ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ। ଏଠାକାର ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପୁଣି ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ଭାଜପାର ୩ ନେତା ପାଗ ଭିଡ଼ିଲେଣି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ଛାଡ଼ି ଭାଜପାରେ ମିଶିଥିବା ଫାଗୁ ହଁାସଦା, ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସୁଗଦା ମୁର୍ମୁ ଏବଂ ଯୁବନେତା ମକରଧ୍ୱଜ ମୁର୍ମୁ ଭାଜପା ଟିକେଟ ପାଇଁ ଆଶାବାନ୍ଧି ବସିଛନ୍ତି।
ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଭାବ ଅଧିକ ରହିଥିବାବେଳେ କଂଗ୍ରେସ ଓ ଜେଏମ୍‌ଏମ୍‌ ଏକ ପ୍ରକାର ନିଷ୍କ୍ରିୟ ରହିଛନ୍ତିି। ଭାଜପା ନେତାମାନେ ବିଭିନ୍ନ ସଭାସମିତି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରୁଥିବା ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସମସ୍ୟାକୁ ନେଇ ଧାରଣା, ହରତାଳ ଭଳିି କାର୍ଯ୍ୟକ୍ରମ ଚଳାଇଥିବା ଦେଖିବାକୁ ମିଳୁଛି। ସେହିପରି ବିଜେଡି କର୍ମୀଙ୍କ ମଧ୍ୟରେ କିଛିଟା ଅନ୍ତର୍ଦ୍ୱନ୍ଦ୍ୱ ଥିବା ବାରି ହୋଇ ପଡୁଥିବା ବେଳେ ସଂଗଠନକୁ ସଜାଡ଼ିବା ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।
ନିର୍ବାଚନରେ ସୁଦାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସୁଗଦା ମୁର୍ମୁଙ୍କୁ ପରାଜିତ କରି ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଆସନ୍ତା ନିର୍ବାଚନରେ ସେ ପୁଣି ପ୍ରାର୍ଥୀ ହୋଇ ବିଜୟୀ ହେବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପକ୍ଷରେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଭାଜପା ତାଲିକାରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକେଟ ପାଇବା ଆଶାରେ ସେମାନେ ଘରକୁ ଘର ବୁଲି ଆଶୀର୍ବାଦ ଭିକ୍ଷା କରିବା ସହ ଲୋକଙ୍କ ସହଯୋଗ ମାଗିବା ଦେଖିବାକୁ ମିଳିଲାଣି ା ପୁରୁଣା ସହ ଅନେକ ନୂଆ ମୁହଁ ମଇଦାନକୁ ଓହ୍ଲାଇବା ପାଇଁ କସରତ ଆରମ୍ଭ କରିଥିବା ବେଳେ ଦୌଡ଼ ଆଗରେ ଯୁବ ନେତା ମକରଧ୍ୱଜ ମୁର୍ମୁ ଥିବା ଆଲୋଚନା ହେଉଛି। ଚାନ୍ଦୁଆ ଥାନା ଅନ୍ତର୍ଗତ ସରଗଛିଡ଼ା ଗ୍ରାମର ମକରଧ୍ୱଜ ସାନ୍ତାଳ ପରିବାରରେ ଜନ୍ମ। ୩୯ ବର୍ଷୀୟ ଏହି ଶିକ୍ଷିତ ଯୁବନେତା ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ସେ ସରଗଛିଡ଼ା ପଞ୍ଚାୟତର ସରପଞ୍ଚ ଥିବା ବେଳେ ଏବେ ତାଙ୍କ ସ୍ତ୍ରୀ ଫୁଲମଣି ସରପଞ୍ଚ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବାପା ରାମେଶ୍ୱର ରାଜନୀତିରେ ସକ୍ରିୟ ଅଛନ୍ତି। ରାଜନୈତିକ ପରିବାରରୁ ଆସିଥିବା ମକରଧ୍ୱଜ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଆଦିବାସୀ ଛାତ୍ର ସଂଗଠନ ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହ ଜଡ଼ିତ।
କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ଚତ୍ପାରିବ, ସେଥିପାଇଁ ସେ କାର୍ଯ୍ୟ ଚଳାଇ ଆସୁଛନ୍ତି। ଦଳୀୟ ଟିକେଟ ମିଳିଲେ ସେ ନିଶ୍ଚୟ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି ୨୦୧୯ ନିର୍ବାଚନରେ ପରାଜିତ ଭାଜପା ନେତା ସୁଗଦା ମୁର୍ମୁ ଗଁାଗଁା ବୁଲି ସମର୍ଥକଙ୍କୁ ଏକାଠି କରିବା ସହିତ କର୍ମୀ ସମ୍ମିଳନୀ ଆଦି ଆୟୋଜନ କରି ଭୋଟରମାନଙ୍କୁ ନିଜ ଦଳ ସପକ୍ଷରେ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏହା ବ୍ୟତୀତ ଜେଏମ୍‌ଏମ୍‌ ଛାଡ଼ି ଭାଜପାରେ ସାମିଲ ହୋଇଥିବା ଫାଗୁ ହଁାସଦା ମଧ୍ୟ ଭାଜପା ଟିକେଟ ପାଇଁ ଜୋରଦାର ଲବି ଚଳାଇଛନ୍ତି। ୨୦୦୪ରୁ ବିଜେଡି ଏହି ଆସନକୁ ଅକ୍ତିଆର କରିଆସିଛି। ଏଠାରୁ କେବେ ଜିତି ନ ଥିବା ଭାଜପା ଆସନ୍ତା ନିର୍ବାଚନରେ ଖାତା ଖୋଲିବା ନେଇ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri