ହସ୍ତକ୍ଷେପ କଲେ କେନ୍ଦ୍ର ସରକାର

କେନ୍ଦ୍ରାପଡ଼ା ଅଫିସ,୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ (ଏନଭାରନମେଣ୍ଟ, ଫରେଷ୍ଟ ଆଣ୍ଡ କ୍ଲାଇମେଟ ଏକ୍ସଚେଞ୍ଜ) ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛନ୍ତି। ଭିତରକନିକା ଜୈବବିବିଧତା ଉପରେ ଏହାର କି ପ୍ରଭାବ ପଡିବ ସେ ସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଓଡ଼ିଶା ମୁଖ୍ୟ ବନ ସଂରକ୍ଷକଙ୍କୁ ଗତ ୧୯ ତାରିଖରେ ବିଭାଗୀୟ ଚିଠି ଆସିଛି। ଭଦ୍ରକର ନୂଆହାଟରେ ପ୍ରସ୍ତାବିତ ଏହି ପାନୀୟ ଜଳ ପ୍ରକଳ୍ପ ବନ୍ଦ ପାଇଁ ସହରର ଖଡିଅଙ୍ଗସ୍ଥ କ୍ଷୀତିଶ କୁମାର ସିଂହ ଗତ ଜାନୁଯାୟୀ ୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯୋଗ (ଗ୍ରୀଭାନ୍ସ ନଂ-୯/୨୧)କୁ ଗ୍ରହଣ କରାଯାଇଛି।
ଏ ସମ୍ପର୍କରେ ସିଂହ କୁହନ୍ତି, ଜାତୀୟଉଦ୍ୟାନ ଭିତରକନିକା ବିଶ୍ୱସ୍ତରରେ ରାମସାର ସାଇଟ୍‌ ଭାବେ ପରିଚୟ ଲାଭ କରିଛି। ଏଠାରେ ଥିବା ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ସହ ଏସିଆର ଦ୍ୱିତୀୟ ସର୍ବବୃହତ୍‌ ହେନ୍ତାଳବଣ ରହିଛି। ଏହି ପ୍ରାକୃତିକ ହେନ୍ତାଳବଣ ସାମୁଦ୍ରିକ ପ୍ରାଚୀର ଭାବେ ପରିଗଣିତ ହୋଇଥାଏ। ଏହାର କେତେକ ଗୁଣ ପାଇଁ ସୁନାମିର ଢେଉ ମଧ୍ୟ ନିଷ୍ପର୍ଭ ହୋଇଥାଏ। ତେବେ ହେନ୍ତାଳବଣ ବୃଦ୍ଧି ପାଇଁ ଲୁଣା ଓ ମଧୁର ଜଳର ଆବଶ୍ୟକତା ଅଛି। ଭଦ୍ରକ ଜିଲାର ନୂଆହାଟଠାରେ ପ୍ରସ୍ତାବିତ ଜଳ ପ୍ରକଳ୍ପ ପାଇଁ ବରୁଣାଡିହାଠାରେ ଖରସ୍ରୋତା ନଦୀରୁ ଦୈନିକ ୧୪୬ ମିଲିୟନ ଲିଟର ପାଣି ନିଆଯିବ। ଯାହାର ପ୍ରଭାବ ହେନ୍ତାଳବଣ ବୃଦ୍ଧିକୁ ରୋକିବା ସହିତ ଜାତୀୟ ଜଳପଥ ୫ ଉପରେ ପ୍ରଭାବ ପକାଇବ। ଗ୍ରୀଭାନ୍ସ ଲେଟରରେ ସେ ଉଲ୍ଲେଖ କରିଛନ୍ତି, ନୂଆହାଟଠାରୁ ମାତ୍ର ୨ କିଲୋମିଟର ଦୂରରେ ବୈତରଣୀ ନଦୀ ଅଛି। ତେବେ ପାନୀୟ ଜଳ ପ୍ରକଳ୍ପ ପାଇଁ ଏହି ନଦୀଜଳ ଲୁଣା ହେତୁ ଉପଯୋଗୀ ହୋଇନାହିଁ। ଖରସ୍ରୋତାରୁ ପ୍ରକଳ୍ପ ପାଇଁ ମଧୁର ପାଣି ଉତ୍ତୋଳନ ହେଲେ ବୈତରଣୀ ନଦୀର ଦଶା ଭୋଗିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିପାଇଁ ପ୍ରସ୍ତାବିତ ଜଳ ପ୍ରକଳ୍ପର ପାଣିଉଠା ସ୍ଥାନ ବରୁଣାଡିହା ଓ ନୂଆହାଟ ସମେତ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାର ୧୯୨ ରାଜସ୍ବ ଗ୍ରାମକୁ ଇକୋ ସେନସେଟିଭ ଜୋନରେ ରଖାଯାଇଛି। ଜାତୀୟଉଦ୍ୟାନର ବିଭିନ୍ନ ଅବକ୍ଷୟକୁ ଲକ୍ଷ୍ୟ କରାଯାଇ ଆଇୟୁସିଏନ୍‌ ପକ୍ଷରୁ ଭିତରକନିକାକୁ ରେଡ ଡାଟା ବୁକ୍‌ରେ ରଖାଯାଇଛି। ସେହିପରି ଖରସ୍ରୋତା ମଧ୍ୟ ଦେଇ ଜାତୀୟ ଜଳପଥ ୫ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଏହି ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଉତ୍ତୋଳନ ହେଲେ ଆଗାମୀ ଦିନରେ ଜାହାଜ ଚଳାଚଳ କରିପାରିବ ନାହିଁ। ଯାହା ଦେଶର ପରିବହନ ରାଜସ୍ବରେ ଅବନତି ହେବ ବୋଲି ଅଭିଯୋଗକାରୀ ସିଂହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଖରସ୍ରୋତା ନଦୀର ମଧୁର ଜଳକୁ ଭଦ୍ରକର ୪ ବ୍ଲକ ଅଞ୍ଚଳରେ ପାନୀୟ ଜଳ ରୂପେ ବ୍ୟବହାର ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ୮୯୨ କୋଟି ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହାକୁ ପ୍ରାୟ ବର୍ଷେ ହେବ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri