ନୂଆଦିଲ୍ଲୀ,୩୧ା୧: ଡିସେମ୍ବର ଶେଷରେ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ନିଅଣ୍ଟ ୮.୫୫ ଲକ୍ଷ କୋଟି ଟଙ୍କା ବା ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ ଆକଳନର ୫୪.୫ ପ୍ରତିଶତ ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ପୂର୍ବବର୍ଷ ଏହି ସମୟରେ କେନ୍ଦ୍ରର ଆର୍ଥତ୍କ ନିଅଣ୍ଟ ବଜେଟ ଆକଳନର ୫୬.୭% ଥିଲା। ୨୦୨୫-୨୬ରେ ଆର୍ଥତ୍କ ନିଅଣ୍ଟ ଜିଡିପିର ୪.୪% ବା ୧୫.୬୯ ଲକ୍ଷ କୋଟି ଟଙ୍କା ରହିବ ବୋଲି କେନ୍ଦ୍ର ସରକାର ଆକଳନ କରିଥିଲେ। କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍ (ସିଜିଏ)ଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ୨୦୨୫ ଡିସେମ୍ବର ସୁଦ୍ଧା ୨୫.୨୫ ଲକ୍ଷ କୋଟି ଟଙ୍କା ପାଇଛନ୍ତି, ଯାହାକି ବଜେଟ ଆକଳନର ୭୨.୨ ପ୍ରତିଶତ। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ସରକାର ୩୩.୮ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି, ଯାହାକି ବଜେଟ ଆକଳନର ୬୬.୭ ପ୍ରତିଶତ। ସେଥିରୁ ୨୫.୯୩ ଲକ୍ଷ କୋଟି ଟଙ୍କା ରାଜସ୍ବ ହୋଇଥିବାବେଳେ ୭.୮୭ ଲକ୍ଷ କୋଟି କ୍ୟାପଟାଲ ଆକାଉଣ୍ଟ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।

