Posted inଜାତୀୟ

କେନ୍ଦ୍ର ବଢ଼ାଉଛି ତେଲ ଦର

ନୂଆଦିଲ୍ଲୀ,୬ା୪: ଦେଶରେ ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଆହୁରି ୮୦ ପଇସା ମହଙ୍ଗା ହୋଇଛି। ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ତେଲ ଦର ୯ ଟଙ୍କା ୨୦ ପଇସା ବଢ଼ିଲାଣି। ତେଲ ଦର ବୃଦ୍ଧିରେ ସାଢ଼େ ୪ ମାସ ଧରି ଲାଗିଥିବା ବ୍ରେକ୍‌ ହଠାତ୍‌ ଫେଲ୍‌ ହୋଇଯାଇଥିଲା ମାର୍ଚ୍ଚ ୨୨ରେ। କାରଣ ଏହାର ୧୨ ଦିନ ପୂର୍ବରୁ ଅର୍ଥାତ୍‌ ୧୦ ତାରିଖରେ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା। ନିକଟ ଭବିଷ୍ୟତରେ ଆଉ କେଉଁଠି ବଡ଼ ଭୋଟ ନ ଥିବାରୁ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଘଟିଲେ ବି କେନ୍ଦ୍ର ସରକାରଙ୍କୁ କିଛି ଫରକ୍‌ ପଡ଼ିବାର ନାହିଁ। ଭୋଟର, ଉପଭୋକ୍ତା ବା ଗାଡ଼ି ମାଲିକ ଯେତେ ହୋହଲ୍ଲା କଲେ ବି ନିରଙ୍କୁଶ ସଂଖ୍ୟାଗରିଷ୍ଠ ସରକାର ହଲିବାର ନାହିଁ। ସମ୍ଭବତଃ ଏଭଳି ଦୃଢ଼ତା ବର୍ତ୍ତମାନ ଭାରତରେ ତେଲ ଦରକୁ ଉପରକୁ ଉଠିବାରେ ବାଧା ଦେଉନାହିଁ।
ତେବେ ଖୋଦ୍‌ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଅଂଶୀଦାର ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏହାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛି। ଗତ ୧୫ ଦିନ ଧରି ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍‌ରେ ବଢ଼ାଯାଇଥିବା ଦର ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଦାବି କରିଛି।
ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। କ୍ରୁଡ୍‌ ଅଏଲ୍‌ ପ୍ରାଇସ୍‌କୁ ଅନୁସରଣ କରି ତୈଳ ବିପଣନ କମ୍ପାନୀ(ଓଏମ୍‌ସି)ଗୁଡ଼ିକ ଆଗକୁ ମଧ୍ୟ ଦର ବଢ଼ାଇଚାଲିଥିବେ ବୋଲି ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ କ୍ରୁଡ୍‌ ମୂଲ୍ୟରେ ୧ ଡଲାର ବଢ଼ିଲେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୫୨-୬୦ ପଇସା ବଢ଼ିବ। ନଭେମ୍ବର ୪ ପରଠାରୁ ବ୍ରେଣ୍ଟ୍‌ କ୍ରୁଡ୍‌ରେ ବ୍ୟାରେଲ ପିଛା ୨୮.୪ ଡଲାର ବୃଦ୍ଧି ଘଟି ୧୦୮.୯ ଡଲାରରେ ପହଞ୍ଚତ୍ଛି। ତେଣୁ ଆଗକୁ ଆହୁରି ୫.୫ରୁ ୭.୮ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ। ଉପରୋକ୍ତ ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଏମ୍‌ସିଗୁଡ଼ିକ ନଭେମ୍ବର ୪ରେ ତେଲ ଦରକୁ ନେଇ ଦୈନିକ ସମୀକ୍ଷା ବନ୍ଦ କରିଦେଇଥିଲେ। ଏହି ଦର ନିୟନ୍ତ୍ରଣରେ ସରକାର ନିଜ ହାତ ନାହିଁ ବୋଲି ଯେତେ ସଫେଇ ଦେଉଥିଲେ ବି ଭୋଟ ବେଳେ ହଠାତ୍‌ ବେକ୍‌ ଲାଗିବା ଓ ଫଳାଫଳ ଆସିବା ପରେ ବେଲଗାମ୍‌ ହେବା କେନ୍ଦ୍ରର ଭିତିରି ଭୂମିକାକୁ ପଦାକୁ ଆଣିଛି।
ଜେଡିୟୁ ସାଧାରଣ ସମ୍ପାଦକ କେ.ସି. ତ୍ୟାଗୀ କହିଛନ୍ତି, ଅତି ଆଗ୍ରହ ସହକାରେ ଏନ୍‌ଡିଏକୁ ନିର୍ବାଚନ ଜିତାଇଥିବା ଭୋଟରମାନେ ଏବେ ମର୍ମାହତ। ଦରବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତିର ପ୍ରଭାବ ସେମାନଙ୍କ ଉପରେ ମଧ୍ୟ ପଡ଼ୁଛି। ତେଣୁ ଏହି ମୂଲ୍ୟ ବୃଦ୍ଧିକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ତ୍ୟାଗୀ ଦାବି କରିଛନ୍ତି। ପାର୍ଲାମେଣ୍ଟରେ ମଧ୍ୟ ତେଲ ତାତି ଦେଖିବାକୁ ମିଳିଛି। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏହି ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଥିଲେ। କିନ୍ତୁ ରୁଲ୍‌ ୨୬୭ ଅନୁଯାୟୀ ଦିଆଯାଇଥିବା ନୋଟିସ୍‌କୁ ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଗ୍ରହଣ କରି ନ ଥିଲେ। ଖାର୍ଗେ କହିଥିଲେ, ଦେଶରେ ପ୍ରତିଦିନ ତେଲ ଦର ବଢ଼ୁଛି। ଆପଣ ଆମକୁ ଆଲୋଚନା ଲାଗି ସୁଯୋଗ ନ ଦେଲେ ଆମେ କେଉଁଠି ଏହି ପ୍ରସଙ୍ଗ ଉଠାଇବୁ। ସେହିପରି ଲୋକ ସଭାରେ ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗରେ ବାରମ୍ବାର ହଟ୍ଟଗୋଳ କରିବାରୁ ଗୃହକୁ ଲଗାତର ମୁଲତବୀ କରିବାକୁ ପଡ଼ିଛି। ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ଡିଏମ୍‌କେ ସଦସ୍ୟ ଟି.ଆର୍‌. ବାଲୁ ତେଲ ଦର ବୃଦ୍ଧି ଉପରେ ଆଲୋଚନା ଦାବି କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ଶୂନ୍ୟକାଳ ପରିଚାଳନା କରୁଥିବାବେଳେ କଂଗ୍ରେସ, ଡିଏମ୍‌କେ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମୋଦି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ଶିବସେନା ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏମ୍‌ପିମାନେ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ। ତେବେ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ପୁରୀ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ କହିଥିଲେ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ କେବଳ ଭାରତ ପ୍ରଭାବିତ ହୋଇନାହିଁ। ସାରା ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିଛି। ଭାରତରେ ବଢ଼ିଥିବା ତେଲ ଦର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ୧୦ ଭାଗରୁ ଭାଗେ। ଆମେରିକା, ବ୍ରିଟେନ୍‌, ଜର୍ମାନୀ, ଫ୍ରାନ୍ସ ଓ ଶ୍ରୀଲଙ୍କା ଭଳି ଦେଶରେ ୫୦% ବୃଦ୍ଧି ଘଟିଥିବାବେଳେ ଆମ ଦେଶରେ ମାତ୍ର ୫ ପ୍ରତିଶତ ବଢ଼ିଛି ବୋଲି ହରଦୀପ ସଫେଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri