Posted inଜାତୀୟ

କେନ୍ଦ୍ର ବଢ଼ାଉଛି ତେଲ ଦର

ନୂଆଦିଲ୍ଲୀ,୬ା୪: ଦେଶରେ ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଆହୁରି ୮୦ ପଇସା ମହଙ୍ଗା ହୋଇଛି। ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ତେଲ ଦର ୯ ଟଙ୍କା ୨୦ ପଇସା ବଢ଼ିଲାଣି। ତେଲ ଦର ବୃଦ୍ଧିରେ ସାଢ଼େ ୪ ମାସ ଧରି ଲାଗିଥିବା ବ୍ରେକ୍‌ ହଠାତ୍‌ ଫେଲ୍‌ ହୋଇଯାଇଥିଲା ମାର୍ଚ୍ଚ ୨୨ରେ। କାରଣ ଏହାର ୧୨ ଦିନ ପୂର୍ବରୁ ଅର୍ଥାତ୍‌ ୧୦ ତାରିଖରେ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା। ନିକଟ ଭବିଷ୍ୟତରେ ଆଉ କେଉଁଠି ବଡ଼ ଭୋଟ ନ ଥିବାରୁ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଘଟିଲେ ବି କେନ୍ଦ୍ର ସରକାରଙ୍କୁ କିଛି ଫରକ୍‌ ପଡ଼ିବାର ନାହିଁ। ଭୋଟର, ଉପଭୋକ୍ତା ବା ଗାଡ଼ି ମାଲିକ ଯେତେ ହୋହଲ୍ଲା କଲେ ବି ନିରଙ୍କୁଶ ସଂଖ୍ୟାଗରିଷ୍ଠ ସରକାର ହଲିବାର ନାହିଁ। ସମ୍ଭବତଃ ଏଭଳି ଦୃଢ଼ତା ବର୍ତ୍ତମାନ ଭାରତରେ ତେଲ ଦରକୁ ଉପରକୁ ଉଠିବାରେ ବାଧା ଦେଉନାହିଁ।
ତେବେ ଖୋଦ୍‌ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଅଂଶୀଦାର ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏହାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛି। ଗତ ୧୫ ଦିନ ଧରି ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍‌ରେ ବଢ଼ାଯାଇଥିବା ଦର ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଦାବି କରିଛି।
ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। କ୍ରୁଡ୍‌ ଅଏଲ୍‌ ପ୍ରାଇସ୍‌କୁ ଅନୁସରଣ କରି ତୈଳ ବିପଣନ କମ୍ପାନୀ(ଓଏମ୍‌ସି)ଗୁଡ଼ିକ ଆଗକୁ ମଧ୍ୟ ଦର ବଢ଼ାଇଚାଲିଥିବେ ବୋଲି ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ କ୍ରୁଡ୍‌ ମୂଲ୍ୟରେ ୧ ଡଲାର ବଢ଼ିଲେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୫୨-୬୦ ପଇସା ବଢ଼ିବ। ନଭେମ୍ବର ୪ ପରଠାରୁ ବ୍ରେଣ୍ଟ୍‌ କ୍ରୁଡ୍‌ରେ ବ୍ୟାରେଲ ପିଛା ୨୮.୪ ଡଲାର ବୃଦ୍ଧି ଘଟି ୧୦୮.୯ ଡଲାରରେ ପହଞ୍ଚତ୍ଛି। ତେଣୁ ଆଗକୁ ଆହୁରି ୫.୫ରୁ ୭.୮ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ। ଉପରୋକ୍ତ ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଏମ୍‌ସିଗୁଡ଼ିକ ନଭେମ୍ବର ୪ରେ ତେଲ ଦରକୁ ନେଇ ଦୈନିକ ସମୀକ୍ଷା ବନ୍ଦ କରିଦେଇଥିଲେ। ଏହି ଦର ନିୟନ୍ତ୍ରଣରେ ସରକାର ନିଜ ହାତ ନାହିଁ ବୋଲି ଯେତେ ସଫେଇ ଦେଉଥିଲେ ବି ଭୋଟ ବେଳେ ହଠାତ୍‌ ବେକ୍‌ ଲାଗିବା ଓ ଫଳାଫଳ ଆସିବା ପରେ ବେଲଗାମ୍‌ ହେବା କେନ୍ଦ୍ରର ଭିତିରି ଭୂମିକାକୁ ପଦାକୁ ଆଣିଛି।
ଜେଡିୟୁ ସାଧାରଣ ସମ୍ପାଦକ କେ.ସି. ତ୍ୟାଗୀ କହିଛନ୍ତି, ଅତି ଆଗ୍ରହ ସହକାରେ ଏନ୍‌ଡିଏକୁ ନିର୍ବାଚନ ଜିତାଇଥିବା ଭୋଟରମାନେ ଏବେ ମର୍ମାହତ। ଦରବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତିର ପ୍ରଭାବ ସେମାନଙ୍କ ଉପରେ ମଧ୍ୟ ପଡ଼ୁଛି। ତେଣୁ ଏହି ମୂଲ୍ୟ ବୃଦ୍ଧିକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ତ୍ୟାଗୀ ଦାବି କରିଛନ୍ତି। ପାର୍ଲାମେଣ୍ଟରେ ମଧ୍ୟ ତେଲ ତାତି ଦେଖିବାକୁ ମିଳିଛି। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏହି ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଥିଲେ। କିନ୍ତୁ ରୁଲ୍‌ ୨୬୭ ଅନୁଯାୟୀ ଦିଆଯାଇଥିବା ନୋଟିସ୍‌କୁ ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଗ୍ରହଣ କରି ନ ଥିଲେ। ଖାର୍ଗେ କହିଥିଲେ, ଦେଶରେ ପ୍ରତିଦିନ ତେଲ ଦର ବଢ଼ୁଛି। ଆପଣ ଆମକୁ ଆଲୋଚନା ଲାଗି ସୁଯୋଗ ନ ଦେଲେ ଆମେ କେଉଁଠି ଏହି ପ୍ରସଙ୍ଗ ଉଠାଇବୁ। ସେହିପରି ଲୋକ ସଭାରେ ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗରେ ବାରମ୍ବାର ହଟ୍ଟଗୋଳ କରିବାରୁ ଗୃହକୁ ଲଗାତର ମୁଲତବୀ କରିବାକୁ ପଡ଼ିଛି। ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ଡିଏମ୍‌କେ ସଦସ୍ୟ ଟି.ଆର୍‌. ବାଲୁ ତେଲ ଦର ବୃଦ୍ଧି ଉପରେ ଆଲୋଚନା ଦାବି କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ଶୂନ୍ୟକାଳ ପରିଚାଳନା କରୁଥିବାବେଳେ କଂଗ୍ରେସ, ଡିଏମ୍‌କେ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମୋଦି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ଶିବସେନା ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏମ୍‌ପିମାନେ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ। ତେବେ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ପୁରୀ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ କହିଥିଲେ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ କେବଳ ଭାରତ ପ୍ରଭାବିତ ହୋଇନାହିଁ। ସାରା ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିଛି। ଭାରତରେ ବଢ଼ିଥିବା ତେଲ ଦର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ୧୦ ଭାଗରୁ ଭାଗେ। ଆମେରିକା, ବ୍ରିଟେନ୍‌, ଜର୍ମାନୀ, ଫ୍ରାନ୍ସ ଓ ଶ୍ରୀଲଙ୍କା ଭଳି ଦେଶରେ ୫୦% ବୃଦ୍ଧି ଘଟିଥିବାବେଳେ ଆମ ଦେଶରେ ମାତ୍ର ୫ ପ୍ରତିଶତ ବଢ଼ିଛି ବୋଲି ହରଦୀପ ସଫେଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri