Categories: ବାଣିଜ୍ୟ

୧୨,୩୫୧ କୋଟିର ଆର୍‌ଏଲ୍‌ବି ଅନୁଦାନ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ରୁରାଲ ଲୋକାଲ ବଡି ବା ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥା ଅନୁଦାନ ବାବଦ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବୁଧବାର ୧୨,୩୫୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ୧୮ ରାଜ୍ୟକୁ ଏହି ରାଶି ପ୍ରଦାନ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିତୀୟ କିସ୍ତି ଭାବେ ଏହି ବେସିକ ଗ୍ରାଣ୍ଟ ଜାରି କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ରାଶି ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥାରେ ଆର୍ଥତ୍କ ସ୍ବାୟତ୍ତତା ଏବଂ କମ୍ୟୁନିଟି ଆସେଟର ଉନ୍ନତୀକରଣ ଲାଗି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଉକ୍ତ ରାଶି ଯୋଗାଣ କରିବା ନେଇ ବ୍ୟବସ୍ଥା ରହିଛି। ପ୍ରଥମ କିସ୍ତିରେ ରାଜ୍ୟଗୁଡିକୁ ୧୮,୧୯୯ କୋଟି ଟଙ୍କା ଦିଆଯାଇଥିଲା। ସେହିଭଳି ଟାଏଡ ଗ୍ରାଣ୍ଟ ଭାବେ ୧୫,୧୮୭ କୋଟି ଟଙ୍କା ଦିଆଯାଇଛି। କିସ୍ତିରେ ରାଜ୍ୟଗୁଡିକ ମୋଟ ୪୫,୭୩୮ କୋଟି ଟଙ୍କା ପାଇଛନ୍ତିି।

Share