ଶ୍ମଶାନ ସମାନ ହୋଇଥାଏ ଏହି ଘର…

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଏହା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଯାହାକୁ ଆପଣାଇ ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କ ନୀତିରେ କହିଛନ୍ତି ଯେ, କେଉଁ ଘର ଶ୍ମଶାନ ଭଳି ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ଚାଣକ୍ୟ କହିଛନ୍ତି, ଯେଉଁ ଘରେ ବ୍ରାହ୍ମଣଙ୍କ ଆଦର ସତ୍କାର ହୋଇ ନ ଥାଏ। ଯେଉଁ ଘରେ ବେଦ ଇତ୍ୟାଦି ଶାସ୍ତ୍ର ପଢ଼ାଯାଏ ନାହିଁ। ଏହା ସହ ଯଜ୍ଞ ଆଦି ଶୁଭ କର୍ମ ହୁଏ ନାହିଁ। ସେହି ଘର ଶ୍ମଶାନ ସାଙ୍ଗେ ତୁଳନୀୟ। ସେହି ଘରେ ଶାନ୍ତି ମିଳେ ନାହିଁ।