Posted inଜାତୀୟ

ଜନଗଣନା ସହ ହେବ ଜାତିଗଣନା

ପହଲଗାମ୍‌ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଥିବା ସମୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୬ରେ ଆରମ୍ଭ ହେବାକୁ ଥିବା ଜନଗଣନା ସହ ଜାତିଗଣନାକୁ ସାମିଲ କରାଯିବାକୁ କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। ଦେଶରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦଳଗୁଡ଼ିକ ଏହି ଦାବି ପୂର୍ବରୁ କରିଆସୁଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସ ଏଥିରେ ସାମିଲ ହୋଇ ସଂସଦ ଭିତରେ ଓ ବାହାରେ ଦାବି କରିଆସିବା ସହ କେନ୍ଦ୍ରକୁ ଘେରିଆସିଥିଲା। ଭାଜପା ଏହି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରୁ ନ ଥିଲା। ତେବେ ଗତ ଲୋକ ସଭା ନିର୍ବାଚନରେ ଭାଜପାକୁ ଆଶାନୁରୂପ ସଫଳତା ନ ମିଳିବା ଏବଂ କିଛିମାସ ପରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ହଠାତ୍‌ ଜାତିଭିତ୍ତିକ ଜନଗଣନା କରାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ବିରୋଧୀ ଏହି ପ୍ରସଙ୍ଗକୁ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିଥିବା ଦର୍ଶାଇ କେନ୍ଦ୍ର ସମାଲୋଚନା କରିଛି। ଅନ୍ୟପକ୍ଷେ ଏହି ନିଷ୍ପତ୍ତି ଘୋଷଣାର ସମୟକୁ ବିରୋଧୀ ପ୍ରଶ୍ନ ଉଠାଇବା ସହ ବିଳମ୍ବରେ ହେଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇଥିବାରୁ ଏହାକୁ ସେମାନଙ୍କ ବଡ଼ ବିଜୟ ବୋଲି ଆଖ୍ୟା ଦେଇଛନ୍ତି।
ନୂଆଦିଲ୍ଲୀ,୧ା୫: ଦେଶରେ କେତେ ପ୍ରକାର ଜାତି, ଉପଜାତି ରହିଛନ୍ତି ଏବଂ ସେହି ବର୍ଗଗୁଡ଼ିକର ଜନସଂଖ୍ୟାକୁ ରାଷ୍ଟ୍ରୀୟ ଜନସଂଖ୍ୟାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ (ସିସିପିଏ) ବୈଠକରେ ଏହା ସ୍ଥିର କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଜାତିଗତ ଜନଗଣନାକୁ ଏକ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରୁଥିବାବେଳେ ଆଗାମୀ ଜନଗଣନା ବେଳେ ଜାତିଗଣନା ପ୍ରକ୍ରିୟାକୁ ସ୍ବଚ୍ଛତାର ସହ କରାଯିବ ବୋଲି କେନ୍ଦ୍ର କହିଛି।
ବିହାର, ତେଲଙ୍ଗାନା ଓ କର୍ନାଟକ ସମେତ କେତେକ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ସର୍ଭେ କରାଯାଇଛି। ବିରୋଧୀ ଶାସିତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅନୁରୂପ ଦାବି ଉଠିବାରେ ଲାଗିଥିଲା। ଏଭଳି ସମୟରେ ବୁଧବାର ସିସିପିଏ ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜନଗଣନା କରାଇବା ବିଷୟ କେନ୍ଦ୍ର କ୍ଷମତାର ପରିସର ମଧ୍ୟରେ ଆସୁଛି। କିନ୍ତୁ କେତେକ ରାଜ୍ୟ ସର୍ଭେ ନାମରେ ନିଜ ଆଡ଼ୁ ଜାତି ଗଣନା କରାଇଛନ୍ତି। ସେସବୁରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନ ଥିବାରୁ ସମାଜରେ ସନ୍ଦେହ ଉପୁଜିଛି। ଦେଶ ସ୍ବାଧୀନ ହେବା ପରଠାରୁ କରାଯାଇଥିବା ସବୁ ଜନଗଣନାରେ ଜାତିକୁ ସାମିଲ କରାଯାଇ ନ ଥିଲା। କଂଗ୍ରେସ ସରକାର ସବୁବେଳେ ଜାତିଗଣନାକୁ ବିରୋଧ କରିଆସୁଥିଲେ। କଂଗ୍ରେସ ଏହି ପ୍ରସଙ୍ଗକୁ ଏକ ରାଜନୈତିକ ପ୍ରସଙ୍ଗ କରିଦେଇଥିଲା। ଏହି ସମସ୍ତ ତଥ୍ୟକୁ ବିଚାରକରି ଏବଂ ସାମାଜିକ ସମରସତା ଯେପରି ରାଜନୀତି ଦ୍ୱାରା ପ୍ରଭାବିତ ନ ହେବ ତାହା ସୁନିଶ୍ଚିତ କରିବା ଲାଗି ଜନଗଣନାରେ ଜାତିଗଣନାକୁ ସ୍ବଚ୍ଛତାର ସହ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ୱାରା ସମାଜର ସାମାଜିକ ଓ ଅର୍ଥନୈତିକ ଢାଞ୍ଚା ମଜଭୁତ ହେବା ସହିତ ଦେଶର ବିକାଶ ସାଧିତ ହେବ।
ଇତିମଧ୍ୟରେ କଂଗ୍ରେସ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) କେନ୍ଦ୍ରର ଏହି ପଦକ୍ଷେପକୁ ନେଇ ଶ୍ରେୟ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବିହାରରେ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମହାମେଣ୍ଟ କେନ୍ଦ୍ରର ଶେଷ ମୁହୂର୍ତ୍ତ ନିଷ୍ପତ୍ତିକୁ ରାଜନୈତିକ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି କହିବାକୁ ପଛାଇନାହିଁ। ବୈଷ୍ଣବଙ୍କ ଘୋଷଣାର କିଛି ସମୟ ପରେ ଲାଲୁ କହିଛନ୍ତି, ଆମେ ସମାଜବାଦୀମାନେ ୩୦ ବର୍ଷ ପୂର୍ବେ ସଂରକ୍ଷଣ, ଜାତିଭିତ୍ତିକ ଜନଗଣନା, ସମାନତା, ଧର୍ମନିରପେକ୍ଷତା ଆଦିକୁ ନେଇ ଚିନ୍ତା କରୁଥିଲୁ। ଏହାର ୩ ଦଶନ୍ଧି ପରେ ଅନ୍ୟମାନେ ଆମକୁ ଅନୁସରଣ କରୁଛନ୍ତି। ଆମକୁ ଜାତିବାଦୀ କହି ସମାଲୋଚନା କରୁଥିବା ଲୋକେ ମୁହଁତୋଡ଼ ଜବାବ ପାଇଛନ୍ତି। ତଥାପି ଅନେକ କିଛି ବାକି ଅଛି। ଆମେ ନିଜ କାର୍ଯ୍ୟସୂଚୀ ଅନୁସାରେ ସଂଘୀମାନଙ୍କୁ ନଚାଇବା ଜାରି ରଖିବୁ। ସେହିପରି କଂଗ୍ରେସ କହିଛି, ଆଦୌ ଜାତିଗଣନା ନ ହେବା ଅପେକ୍ଷା ବିଳମ୍ବରେ ହେଲେ ଏନେଇ ନିଷ୍ପତ୍ତି ନିଆଯାଇଛି। ୨୦୨୫ ଏପ୍ରିଲ ୯ରେ ଅହମଦାବାଦରେ ଏ ସମ୍ପର୍କିତ ସଂକଳ୍ପନାମା ପାରିତ ହୋଇଥିଲା ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ସରକାର ଆମ ଦାବିକୁ ଗ୍ରହଣ କରିଛନ୍ତି। ତେବେ ଜନଗଣନା ପାଇଁ ବଜେଟରେ ଆବଣ୍ଟନ ହେବା ଆବଶ୍ୟକ ଏବଂ ଏହା କେବେ କରାଯିବ ତାହା ସରକାର ନିର୍ଦ୍ଦିଷ୍ଟ ଭାବେ ଜଣାଇବା ଉଚିତ। କାରଣ ଆମେ ଅମଲାତନ୍ତ୍ରୀ ଗଣନା ନୁହେଁ, ବାସ୍ତବ ଜନଗଣନା ଚାହୁଁ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri