ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ,୧୪ା୧୦: ବାରବାଟୀ-କଟକ ବିଧାୟକ ତଥା ମେଟ୍ରୋ ବିଲ୍‌କଡର୍ସର ପରିଚାଳନା ନିର୍ଦ୍ଦେଶକ ଇଂ. ମହମ୍ମଦ ମୋକିମଙ୍କ ପକ୍ଷରୁ ନିମ୍ନ ଅଦାଲତର ଦଣ୍ଡାଦେଶ ରାୟ ବିରୋଧରେ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଶେଷ ହୋଇଛି। ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ଇଜଲାସରେ ଗୁରୁବାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖାହୋଇଛି। ଆବେଦନକାରୀ ମୋକିମଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ମୋକିମଙ୍କୁ ଦେଇଥିବା ୩ ବର୍ଷ ଜେଲ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜରିମାନା ଆଦାୟ ରାୟ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମୋକିମଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ନିମ୍ନ ଅଦାଲତ ଦେଇଥିବା ଦଣ୍ଡାଦେଶ ରାୟ ଉପରେ ସ୍ଥଗିତାଦେଶ ଦେଇଥିଲେ। ଏଥିସହ ୧ ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ମୋକିମଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶ ରାୟ ଫଳରେ ମୋକିମଙ୍କ ବିଧାୟକ ପଦ ପ୍ରଭାବିତ ହେବା ଆଶଙ୍କା ଥିଲା।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ପକ୍ଷରୁ ମେଟ୍ରୋ ବିଲ୍‌ଡର୍ସକୁ ଅନୁଗ୍ରହ ଦେଖାଇ ଋଣ ଦିଆଯାଇଥିବା ଦୁର୍ନୀତି ମାମଲାରେ ବିଧାୟକ ମୋକିମଙ୍କ ସମେତ ଓଆର୍‌ଏଚ୍‌ଡିସିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, କମ୍ପାନୀ ସେକ୍ରେଟାରି ସ୍ବସ୍ତିରଞ୍ଜନ ମହାପାତ୍ର ଓ ମେଟ୍ରୋ ବିଲ୍‌ଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ନିମ୍ନ ଅଦାଲତ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଓ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଥିଲେ। ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ମେ’ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ମେଟ୍ରୋ ବିଲ୍‌ଡର୍ସକୁ ଅହେତୁକ ଅନୁକମ୍ପା ଦେଖାଇ ଋଣ ପ୍ରଦାନ କରିଥିଲେ। ନୟାପଲ୍ଲୀଠାରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟ ନାମରେ ୫୦ ନମ୍ବର ବିଶିଷ୍ଟ ଫ୍ଲାଟ୍‌ ନିର୍ମାଣ ପାଇଁ ଋଣ ଆବେଦନ କରାଯାଇଥିଲା। ମେଟ୍ରୋ ବିଲ୍‌ଡର୍ସ ପକ୍ଷରୁ ଜାଲ୍‌ ଦସ୍ତାବିଜ୍‌ ଦିଆଯାଇଥିଲା। କମ୍ପାନୀ ସେକ୍ରେଟାରି ମହାପାତ୍ର ସେଗୁଡ଼ିକ ଠିକ୍‌ ଭାବେ ଯାଞ୍ଚ କରି ନ ଥିଲେ। ଏଥିସହ ବିନୋଦ କୁମାରଙ୍କର ଋଣ ଦେବାର କ୍ଷମତା ନ ଥିବାବେଳେ ଲୋନ୍‌ କମିଟିରୁ ଅନୁମତି ଆଣି ନ ଥିଲେ ଓ ସର୍ତ୍ତାବଳୀ ପାଳନ କରି ନ ଥିଲେ। ମେଟ୍ରୋ ବିଲଡର୍ସକୁ ୩ଟି କିସ୍ତିରେ ୧ କୋଟି ୫୦ ଲକ୍ଷ ଟଙ୍କା ଲୋନ୍‌ ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ୨୦୦୫ ମାର୍ଚ୍ଚ ୩୦ରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri