ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪

କଟକ ଅଫିସ,୧୬।୮- ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲା ଆଠଗଡ ଅଞ୍ଚଳରେ ବନ୍ୟାପାଣି ମାଡିଆସିବା ଫଳରେ ଅନେକ ରାସ୍ତାଘାଟ ବନ୍ଦ ହୋଇପଡିଛି। ବନ୍ୟାପାଣିରେ ଏକ କାର ଭାସିଯାଇଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଘଣ୍ଟିଖାଲରେ କାରଟି ଫସିଯାଇଥିଲା। ଯଦିଓ କାର୍‌ରେ ଥିବା ୪ ଯାତ୍ରୀ କାର୍‌ରୁ ବାହାରକୁ ପଳାଇଥିଲେ କିନ୍ତୁ ପାଣିରେ ଫସିଯାଇଥିଲେ। ସୋମବାର ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ସେମାନେ ପାଣିରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ ସହଯୋଗରେ ୪ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।