ରାସ୍ତା ଉପରେ ଜଳିଗଲା କାର୍‌

ଚୌଦ୍ୱାର,୨୪ା୬(ଡି.ଏନ୍‌.ଏ.) : ଚୌଦ୍ୱାର ଚାରବାଟିଆ ଆଗ୍ରାହାଟ ମୁଖ୍ୟ ରାସ୍ତାରେ ବୁଧବାର ମଧ୍ୟାହ୍ନରେ ହଠାତ୍‌ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଛି। କାର୍‌ ଚାଳକ ଭୟରେ ପଳାଇଯାଇଥିବା ଦେଖାଣାହାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଚାରବାଟିଆ ବଜାର ଆଡୁ ଆଗ୍ରାହାଟ ଆଡ଼କୁ ଏକ ଧଳା ରଙ୍ଗର କାର୍‌ଟି ଯାଉଥିବା ସମୟରେ ଗାଡ଼ିରୁ ହଠାତ୍‌ ଧୂଆଁ ବାହାରିଥିଲା। ଏହା ଦେଖି ଚାଳକ କାର୍‌ଟିକୁ ଅଟକାଇ କେଉଁ ଆଡ଼େ ଚାଲିଯାଇଛନ୍ତି। ପରେ ସ୍ଥାନୀୟ ଲୋକେ ପାଣି ପକାଇବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦମକଳ ପହଞ୍ଚିବାର ବିଳମ୍ବ ହେବା ଯୋଗୁ କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। କାର୍‌ ଚାଳକଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ ଚୌଦ୍ୱାର ଦମକଳର ଯୋଗାଯୋଗ ନମ୍ବର ଖରାପ ଥିବାରୁ ଅଭିଯୋଗକାରୀମାନେ ୧୦୧କୁ ଡାଏଲ କଲା ପରେ କଟକ ଅଗ୍ନିଶମ ବିଭାଗ ଚୌଦ୍ୱାରକୁ ଜଣାଇଥିଲେ। ସେଠାରୁ ଦମକଳ ଗାଡ଼ି ଆସିବା ବିଳମ୍ବ ହେଉଥିବା ଚୌଦ୍ୱାର ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।