ପ୍ରଚାର ସରିଲା, ଶେଷ ପ୍ରୟାସରେ ପ୍ରାର୍ଥୀ

ଛେଣ୍ଡିପଦା,୧୭।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ଓ ୪ଟି ଜିଲା ପରିଷଦ (ନଂ. ୧୪, ୧୫, ୧୬, ୧୭) ଜୋନ୍‌ରେ ଆସନ୍ତା ୧୮ ତାରିଖରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବୁଧବାର ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ମତଦାନକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବାରୁ ଜିଲା ପରିଷଦ ପ୍ରାର୍ଥୀମାନେ ମତଦାତାଙ୍କୁ ମନାଇବାକୁ ଅନ୍ତିମ ପ୍ରୟାସ କରୁଛନ୍ତି। ବ୍ଲକର ୪ଟି ଯାକ ଜୋନ୍‌ରେ ଗତ ୨୦୧୭ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଏଥର ଧାରା ବଦଳାଇବାକୁ ଭାଜପା ଲକ୍ଷ୍ୟ ରଖିଛି। ସେହିପରି ବିଜେଡି ମଧ୍ୟ ନିଜ ଗଡ଼ରେ ପୁନଃ ବିଜୟ ଆଶା ବାନ୍ଧିଛି।
ଛେଣ୍ଡିପଦା ବ୍ଲକର ୧୬ ନମ୍ବର ଜିଲା ପରିଷଦ ଜୋନ୍‌ ଅଧୀନରେ ୧୦ ପଞ୍ଚାୟତ ତେଣ୍ଡୁଲୋଇ କୋଡ଼ାସାହି, କୁକୁରପେଟା, କୋଶଳା, ବରପଦା, କୁଶକିଳା, ରାଇଝରଣ, କଙ୍କରେଇ, ନିଶା, ପରଙ୍ଗ, ନତଡ଼ା ରହିଛି। ୧୨୧ଟି ୱାର୍ଡ ଥିବା ଏହି ଜୋନ୍‌ରେ ଭୋଟରଙ୍କ ସଂଖ୍ୟା ୩୩ ହଜାର ୫୩୦। ୨୦୧୭ ନିର୍ବାଚନରେ ଏହି ଜୋନ୍‌ରେ ଶାସକ ବିଜେଡି ପ୍ରାର୍ଥୀ ଭାସ୍କର ସାହୁ ବିଜୟୀ ହୋଇଥିଲେ। ଭାସ୍କର ୧୨ ହଜାର ୭୩୬, ଭାଜପା ପ୍ରାର୍ଥୀ ଚିତ୍ତରଞ୍ଜନ ସାହୁ ୧୦ ହଜାର ୧୨୦ ଓ କଂଗ୍ରେସ ପ୍ରାର୍ଥୀ ମଧୁମଙ୍ଗଳ ପ୍ରଧାନ ୪ ହଜାର ୧୮୮ ଭୋଟ ପାଇଥିଲେ। ତେବେ ଚଳିତ ନିର୍ବାଚନରେ ଭାଜପା ପକ୍ଷରୁ ବିଜୟ ମାଝି, କଂଗ୍ରେସର ଡିଲେଶ୍ୱର ପ୍ରଧାନ, ବିଜେଡିର ପ୍ରଦୀପ ସାହୁ ଓ ଏସ୍‌ୟୁସିଆଇର ସତ୍ୟରଞ୍ଜନ ସାହୁ ପ୍ରାର୍ଥୀ ହୋଇଛନ୍ତି। ମତଦାନ ଆଉ ଦିନଟିଏ ବାକି ଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବିଧାୟକ ସୁଶାନ୍ତ କୁମାର ବେହେରା ଲାଗିପଡ଼ିଛନ୍ତି। ସେହିପରି ଏହି ଜୋନ୍‌ ହାତେଇବାକୁ ଭାଜପା ନେତା ଅଗସ୍ତି ବେହେରା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ଆଶା ବାନ୍ଧିଛି।
ସେହିପରି ୧୭ ନମ୍ବର ଜିଲା ପରିଷଦ ଜୋନ୍‌ ଜରପଡ଼ା ଅଞ୍ଚଳର ୯ ପଞ୍ଚାୟତକୁ ନେଇ ଗଠିତ। ଏଠାକାର ଭୋଟରଙ୍କ ସଂଖ୍ୟା ୩୦ ହଜାର ୯୫୦। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀଧର ଗଡ଼ନାୟକ କଂଗ୍ରେସ ପ୍ରାର୍ଥୀ ରମଣୀ ରଞ୍ଜନ ଦାଶଙ୍କୁ ୫୫୦୦ ଭୋଟରେ ପରାଜିତ କରିଥିଲେ। ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ଥିଲେ। ଏଥର ଏହି ଜୋନ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ୩ ପ୍ରମୁଖ ଦଳ ସେମାନଙ୍କ ରଣନୀତି ବଦଳାଇଛନ୍ତି। ବିଜେଡିରୁ ଜରପଡ଼ା ସରପଞ୍ଚ ଭାନୁପ୍ରିୟା ପ୍ରଧାନ, ଭାଜପାରୁ ସଂଯୁକ୍ତା ପ୍ରଧାନ, କଂଗ୍ରେସରୁ ଲୋପିତାରାଣୀ ସାହୁ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିମା ବେହେରା ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ତେବେ ଏଠାରେ ୪ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିତ୍ବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri