ପ୍ରଚାର ସରିଲା, ଶେଷ ପ୍ରୟାସରେ ପ୍ରାର୍ଥୀ

ଛେଣ୍ଡିପଦା,୧୭।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ଓ ୪ଟି ଜିଲା ପରିଷଦ (ନଂ. ୧୪, ୧୫, ୧୬, ୧୭) ଜୋନ୍‌ରେ ଆସନ୍ତା ୧୮ ତାରିଖରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବୁଧବାର ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ମତଦାନକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବାରୁ ଜିଲା ପରିଷଦ ପ୍ରାର୍ଥୀମାନେ ମତଦାତାଙ୍କୁ ମନାଇବାକୁ ଅନ୍ତିମ ପ୍ରୟାସ କରୁଛନ୍ତି। ବ୍ଲକର ୪ଟି ଯାକ ଜୋନ୍‌ରେ ଗତ ୨୦୧୭ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଏଥର ଧାରା ବଦଳାଇବାକୁ ଭାଜପା ଲକ୍ଷ୍ୟ ରଖିଛି। ସେହିପରି ବିଜେଡି ମଧ୍ୟ ନିଜ ଗଡ଼ରେ ପୁନଃ ବିଜୟ ଆଶା ବାନ୍ଧିଛି।
ଛେଣ୍ଡିପଦା ବ୍ଲକର ୧୬ ନମ୍ବର ଜିଲା ପରିଷଦ ଜୋନ୍‌ ଅଧୀନରେ ୧୦ ପଞ୍ଚାୟତ ତେଣ୍ଡୁଲୋଇ କୋଡ଼ାସାହି, କୁକୁରପେଟା, କୋଶଳା, ବରପଦା, କୁଶକିଳା, ରାଇଝରଣ, କଙ୍କରେଇ, ନିଶା, ପରଙ୍ଗ, ନତଡ଼ା ରହିଛି। ୧୨୧ଟି ୱାର୍ଡ ଥିବା ଏହି ଜୋନ୍‌ରେ ଭୋଟରଙ୍କ ସଂଖ୍ୟା ୩୩ ହଜାର ୫୩୦। ୨୦୧୭ ନିର୍ବାଚନରେ ଏହି ଜୋନ୍‌ରେ ଶାସକ ବିଜେଡି ପ୍ରାର୍ଥୀ ଭାସ୍କର ସାହୁ ବିଜୟୀ ହୋଇଥିଲେ। ଭାସ୍କର ୧୨ ହଜାର ୭୩୬, ଭାଜପା ପ୍ରାର୍ଥୀ ଚିତ୍ତରଞ୍ଜନ ସାହୁ ୧୦ ହଜାର ୧୨୦ ଓ କଂଗ୍ରେସ ପ୍ରାର୍ଥୀ ମଧୁମଙ୍ଗଳ ପ୍ରଧାନ ୪ ହଜାର ୧୮୮ ଭୋଟ ପାଇଥିଲେ। ତେବେ ଚଳିତ ନିର୍ବାଚନରେ ଭାଜପା ପକ୍ଷରୁ ବିଜୟ ମାଝି, କଂଗ୍ରେସର ଡିଲେଶ୍ୱର ପ୍ରଧାନ, ବିଜେଡିର ପ୍ରଦୀପ ସାହୁ ଓ ଏସ୍‌ୟୁସିଆଇର ସତ୍ୟରଞ୍ଜନ ସାହୁ ପ୍ରାର୍ଥୀ ହୋଇଛନ୍ତି। ମତଦାନ ଆଉ ଦିନଟିଏ ବାକି ଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବିଧାୟକ ସୁଶାନ୍ତ କୁମାର ବେହେରା ଲାଗିପଡ଼ିଛନ୍ତି। ସେହିପରି ଏହି ଜୋନ୍‌ ହାତେଇବାକୁ ଭାଜପା ନେତା ଅଗସ୍ତି ବେହେରା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ଆଶା ବାନ୍ଧିଛି।
ସେହିପରି ୧୭ ନମ୍ବର ଜିଲା ପରିଷଦ ଜୋନ୍‌ ଜରପଡ଼ା ଅଞ୍ଚଳର ୯ ପଞ୍ଚାୟତକୁ ନେଇ ଗଠିତ। ଏଠାକାର ଭୋଟରଙ୍କ ସଂଖ୍ୟା ୩୦ ହଜାର ୯୫୦। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀଧର ଗଡ଼ନାୟକ କଂଗ୍ରେସ ପ୍ରାର୍ଥୀ ରମଣୀ ରଞ୍ଜନ ଦାଶଙ୍କୁ ୫୫୦୦ ଭୋଟରେ ପରାଜିତ କରିଥିଲେ। ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ଥିଲେ। ଏଥର ଏହି ଜୋନ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ୩ ପ୍ରମୁଖ ଦଳ ସେମାନଙ୍କ ରଣନୀତି ବଦଳାଇଛନ୍ତି। ବିଜେଡିରୁ ଜରପଡ଼ା ସରପଞ୍ଚ ଭାନୁପ୍ରିୟା ପ୍ରଧାନ, ଭାଜପାରୁ ସଂଯୁକ୍ତା ପ୍ରଧାନ, କଂଗ୍ରେସରୁ ଲୋପିତାରାଣୀ ସାହୁ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିମା ବେହେରା ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ତେବେ ଏଠାରେ ୪ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିତ୍ବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri