ବ୍ୟାସନଗର ମ୍ୟୁନିସିପାଲିଟି ୱାର୍ଡ ପୁନର୍ଗଠିତ

ଯାଜପୁର ଅଫିସ,୧୦।୧୧: ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ପଛୁଆବର୍ଗଙ୍କ ପାଇଁ ୭ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ୩ଟି ୱାର୍ଡରୁ ୨ ମହିଳା ଓ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ୩ଟି ୱାର୍ଡରୁ ୨ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୫ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୮ଟି ୱାର୍ଡ ଅଣସଂରକ୍ଷିତ ରହିଥିବା ସଂକ୍ରାନ୍ତରେ ଯାଜପୁର ଜିଲାପାଳ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏଥିରେ ଯଦି କୌଣସି ବିରୋଧ କିମ୍ବା ପ୍ରସ୍ତାବ ରହିଥାଏ, ୧୦ ଦିନ ମଧ୍ୟରେ ଆବେଦନ କରାଯାଇ ପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ମ୍ୟୁନିସିପାଲିଟି ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବିଜ୍ଞପ୍ତିରୁ ପ୍ରକାଶ, ଯୋଡ଼ାବର, ଗଲି ରୋଡ, ଫେରୋକ୍ରୋମ ପ୍ଲାଣ୍ଟ ଅଫିସର କଲୋନୀ, ସିକ୍ୟୁରିଟି ବ୍ୟାରେକ୍‌, ଚୌଷଠିପଡା କଲୋନୀ ଓ ଆଖଣ୍ଡଳମଣି ଛକ ଅଞ୍ଚଳକୁ ନେଇ ଗଠିତ ୧ ନମ୍ବର ୱାର୍ଡ ଏବଂ ଫେରୋକ୍ରୋମ ପ୍ଲାଣ୍ଟ ଷ୍ଟାଫ୍‌ କଲୋନୀ, ପନାସିଆର ବାଙ୍କିସାହିଠାରୁ ପାଦୁକା ଆଶ୍ରମ ଓ ଅଫିସର କଲୋନୀ ୨ ନମ୍ବର ୱାର୍ଡ ଅଣସଂରକ୍ଷିତ ରହିଛି। ଫେରୋକ୍ରୋମ ପ୍ଲାଣ୍ଟ ଗେଟରୁ ମାଝିସାହି ଏବଂ ସାପଗଡିଆଠାରୁ ବଙ୍ଗାଳି ସାହି ୩ ନମ୍ବର ୱାର୍ଡ ପଛୁଆବର୍ଗ (ମହିଳା), ଆଖଣ୍ଡଳମଣି ଛକଠାରୁ ରୁବେର ଫେକ୍ଟୋରି, ଲକ୍ଷ୍ମୀବଜାର ଓ ଓଏମ୍‌ସି କଲୋନୀକୁ ନେଇ ଗଠିତ ୪ ନମ୍ବର ୱାର୍ଡ ତଫସିଲଭୁକ୍ତ ଜନଜାତି (ମହିଳା), ସାତକଣିଆ, ରମ୍ପାସ ଗ୍ରାମ ଓ ଯୋଗୀସାହିକୁ ନେଇ ଗଠିତ ୫ ନମ୍ବର ୱାର୍ଡ ଅଣସଂରକ୍ଷିତ, ମାଲିସାହି, ଜେସିସିଟି ଅଫିସ, ସୋବରା ପୋଷ୍ଟ ଅଫିସ, ନେସ୍କୋ ଷ୍ଟୋର ରୋଡ଼ଠାରୁ ଖୋସଲପୁର ଏବଂ କୁସୁନପୁର ଗ୍ରାମର ପ୍ରାଥମିକ ସ୍କୁଲ ଓ ଧବଳଗିରି ହାଇସ୍କୁଲ କଲୋନୀକୁ ନେଇ ଗଠିତ ୬ ନମ୍ବର ୱାର୍ଡ ତଫସିଲଭୁକ୍ତ ଜାତି ମହିଳା, ପାଇକରାପୁର, ସୋବରା, ଜାବରା, ଆମ୍ବେଦକର କଲୋନୀ ଏବଂ ଟିଟିଏସ୍‌ କଲୋନୀକୁ ନେଇ ଗଠିତ ୭ ନମ୍ବର ୱାର୍ଡ ପଛୁଆବର୍ଗ, କୋର୍ଟଛକ ଠାରୁ କାଚହୁଡି ଗ୍ରାମ ଏବଂ ଡିଡିଏମ୍‌ କଲୋନୀ, ଲାବରେଟୋରି କଲୋନୀ, ଭିଏନ୍‌ କଲେଜ କ୍ୟାମ୍ପସ, ସେଣ୍ଟ୍ରାଲ ୱାରହାଉସ୍‌ କଲୋନୀ ୮ ନମ୍ବର ୱାର୍ଡ ପଛୁଆବର୍ଗ, ଚୋର୍ଦ୍ଦାଛକଠାରୁ ଶିଶୁ ମନ୍ଦିର, ଚୋର୍ଦ୍ଦାଛକଠାରୁ କହ୍ନେଇପୁର ଶିବ ମନ୍ଦିର ରୋଡର ଉଭୟ ପାର୍ଶ୍ୱ ୯ ନମ୍ବର ୱାର୍ଡ ପଛୁଆବର୍ଗ (ମହିଳା), କାଚହୁଡିଠାରୁ ସେଣ୍ଟମେରୀ ସ୍କୁଲ, ହିଙ୍ଗୁଳା ଛକଠାରୁ ଚାନ୍ଦମା ଛକ ୧୦ ନମ୍ବର ୱାର୍ଡ ମହିଳା, ଚାନ୍ଦମା ଗ୍ରାମର ଉଭୟ ପାର୍ଶ୍ୱ ରାସ୍ତା ୧୧ ନମ୍ବର ୱାର୍ଡ ମହିଳା, ଦାଣ୍ଡିକିରି, ଭାଟିଆ ଓ ନହକା ଗ୍ରାମ ରୋଡର ଉଭୟ ପାର୍ଶ୍ୱ ଅଞ୍ଚଳ ୧୨ ନମ୍ବର ତଫସିଲଭୁକ୍ତ ଜାତି (ମହିଳା), ରେଳୱେ କଲୋନୀର ଦକ୍ଷିଣ ଓ ପୂର୍ବ କ୍ରସିଂ, ବସଷ୍ଟାଣ୍ଡ ବାଇପାସଠାରୁ ମିଶ୍ରିଲାଲ ପେଟ୍ରୋଲ ପମ୍ପ ଏବଂ ଗୋପବନ୍ଧୁ ଛକ, ମହିପାଳ କଲୋନୀ ରାଇସ୍‌ମିଲ, ଆଦିବାସୀ ସାହି, ନୂତନ ଗୋପବନ୍ଧୁ ନଗର ୧୩ ନମ୍ବର ୱାର୍ଡ ଅଣସଂରକ୍ଷିତ, ଚୋର୍ଦ୍ଦା ଗ୍ରାମଠାରୁ ପୁରୁଣା ପୋଷ୍ଟ ଅଫିସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଡ. ପି. ନାୟକ ରାସ୍ତାର ଅଜୟ ମଲିକ ଘରଠାରୁ ବୈଷ୍ଣବ ଜେନା ଘର ୧୪ ନମ୍ବର ୱାର୍ଡ ତଫସିଲଭୁକ୍ତ ଜାତି, ସେଣ୍ଟ୍ରାଲ ୱେରହାଉସ ଛକଠାରୁ ମିଶ୍ରିଲାଲ ପେଟ୍ରୋଲ ପମ୍ପ, ପ୍ରିୟଦର୍ଶିନୀ ରୋଡ, କଣ୍ଟିଗଡିଆ, ହରିଜନ ସାହି, ମିଶ୍ରିଲାଲ ପେଟ୍ରୋଲ ପମ୍ପ ଦକ୍ଷିଣ ପାର୍ଶ୍ୱ ଏବଂ ଚୋର୍ଦ୍ଦା-ଡୁବୁରୀ ରାସ୍ତା ୧୫ ନମ୍ବର ୱାର୍ଡ ପଛୁଆବର୍ଗ (ମହିଳା), ବସଷ୍ଟାଣ୍ଡଠାରୁ ସିଆଇ ଅଫିସ ସମ୍ମୁଖ ରାସ୍ତା ସହ ଉମାପଡାଠାରୁ ହାଉସିଂ ବୋର୍ଡ କଲୋନୀ ଓ ନୀଳାଦ୍ରି ବିହାର ୧୬ ନମ୍ବର ୱାର୍ଡ ଅଣସଂରକ୍ଷିତ, ପୋଲିସ ସିଆଇ ଅଫିସ ସମ୍ମୁଖ ରାସ୍ତାଠାରୁ ସାପଗଡିଆ ଛକ, ସାପଗଡିଆ ଛକ(ପଦମପୁର) ଏବଂ ମୁଖିସାହି ସହ ସାପଗଡିଆ ଗ୍ରାମ, ସାହାରାସାହି, ଗାୟତ୍ରୀ ବିହାର, ବ୍ୟାଙ୍କ କଲୋନୀ ୧୭ ନଂ.ୱାର୍ଡ ମହିଳା, ମହତାବନଗର କଲୋନୀ, ନିଉ ମାର୍କେଟ ଛକ, ଗୋଶାଳା ଛକ ଏବଂ ତାରିଣୀ ମାର୍କେଟ ଛକଠାରୁ ଗଣେଶ ବଜାର ଏବଂ ସାଇ ମନ୍ଦିର, ମେଡିକାଲ କ୍ୟାମ୍ପସ, ଏନ୍‌ସି ହାଇସ୍କୁଲ ୧୮ ନଂ. ୱାର୍ଡ ମହିଳା, ନିଉ ମାର୍କେଟ ଛକଠାରୁ ବିକଳ ରାଉସ ଗୋଦାମ ଛକ, ଏସ୍‌ବିଆଇ ଛକ, ଡାକବଙ୍ଗଳା, ସାହୁ ମାର୍କେଟ, ମେଟୁଆଣି ହୁଡା, ପୃଷ୍ଟି କଲୋନୀ ଏବଂ ନୃସିଂହ ପରିଡା କଲୋନୀ ୧୯ ନମ୍ବର ଅଣସଂରକ୍ଷିତ, ଡାକବଙ୍ଗଳା ଛକଠାରୁ ଦଳା ଗ୍ରାମ ସହ ଅହମଦ ନଗର ଓ ୨୧୫ ଏନ୍‌ଏଚ୍‌ର ଉତ୍ତର ପାର୍ଶ୍ୱ ୨୦ ନମ୍ବର ଅଣସଂରକ୍ଷିତ, ଏସ୍‌ବିଆଇ ଛକଠାରୁ ଇନ୍ଦିରା ମହିଳା କଲେଜ, ସନ୍ତରା, ପୁରୁଷୋତ୍ତମ ପରିଡା ନିଉ ବିଲ୍ଡିଂ ଠାରୁ ନୀଳମଣି ସାମଲ ଘର ୨୧ ନମ୍ବର ମହିଳା, ସିଂଗଡିଆ ପୋଖରୀ (ନଟପଡା ଛକଠାରୁ ନିଉ ମାର୍କେଟ ମହାଦେବ ମନ୍ଦିର, ଝାଟିଆସାହି, ନୀଳକଣ୍ଠେଶ୍ୱର ମନ୍ଦିର ଓ କଲୋନୀ ୨୨ ନମ୍ବର ପଛୁଆବର୍ଗ (ମହିଳା), ବହଳିଆସାହି ଠାରୁ ବୀଣାପାଣି ସାହି, ମହନ୍ତସାହି ଓ କୋପଣ୍ଡଠାରୁ ନିମାଇଁ ଚରଣ ନାୟକ ଘର, ଥନାପତି ମନ୍ଦିର ନିକଟ ହରିଜନ ସାହି ୨୩ ନଂ ଅଣସଂରକ୍ଷିତ, କୋପଣ୍ଡ ଛକଠାରୁ ମୁଣ୍ଡୋମାଳ ଛକ, ସରୋବର ଛକ ଠାରୁ ବୀରମିତ୍ରପୁର ୨୪ନଂ. ପଛୁଆବର୍ଗ, ଗୋଶାଳା ଛକଠାରୁ ଶିଶୁ ମନ୍ଦିର ପଛପାର୍ଶ୍ୱ, ଟିନା ହଟିଂ, ମାଝିସାହି, ରିଫ୍ୟୁଜି କଲୋନୀ, ଗୋଶାଳା ଓ କୋପଣ୍ଡ ହରିଜନ ସାହିଠାରୁ କୋପଣ୍ଡ ଛକ, ବ୍ୟାସଦେବ ରାଘବ ମନ୍ଦିର, ଲେପ୍ରୋସି କଲୋନୀ, ପୁରୁଣା ଟାଟା ପ୍ଲଟ ଆଦିବାସୀ ସାହି ୨୫ ନମ୍ବର ତଫସିଲଭୁକ୍ତ ଜନଜାତି ଏବଂ ଖଣ୍ଡହତା, ଜଗନ୍ନାଥ ଆଦିବାସୀସାହି, ଅରବିନ୍ଦ ସ୍କୁଲଠାରୁ ଶିଶୁ ମନ୍ଦିର ପଛ ପାର୍ଶ୍ୱ ଛକ, ଜଗନ୍ନାଥ ମନ୍ଦିର, ଡମସାହି, କେଳସାହି, ଡହି ସାହି, ସଲିଲସିଲ କଲୋନୀ ୨୬ନଂ ୱାର୍ଡ ତଫସିଲଭୁକ୍ତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri