Categories: ଫୁରସତ

ବିନା ଡ୍ରାଇଭର୍‌ରେ ଚାଲିବ ବସ୍‌

ପବ୍ଲିକ ଟ୍ରାନ୍ସପୋର୍ଟରେ ବସ୍‌ ସବୁଠୁ ବିଶ୍ୱସନୀୟ। ଏଥିରେ ଯାତାୟାତ କରିବାକୁ ଲୋକେ ବେଶି ପସନ୍ଦ କରନ୍ତି। ତେବେ ଡ୍ରାଇଭର୍‌ଙ୍କ ଉପରେ ନିର୍ଭର କରିଥାଏ ବସ୍‌ ଯାତ୍ରୀଙ୍କ ସୁରକ୍ଷା। ଡ୍ରାଇଭର୍‌ଙ୍କ ଟିକେ ଅବହେଳା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଣିପାରେ। ହେଲେ ଜାଣି ଖୁସି ହେବେ ଏବେ ଆସିଛି ବିନା ଡ୍ରାଇଭର୍‌ରେ ଚାଲିପାରୁଥିବା ବସ୍‌। ଏହି ବସ୍‌ରେ ଦୁର୍ଘଟଣା ହେବା ଆଶଙ୍କା ବି ରହିବନି। ଟେସ୍‌ଲା କାର୍‌ କମ୍ପାନୀର ଆଡଭାନ୍ସ ସେଲ୍ଫ ଡ୍ରାଇଭିଂ ଟେକ୍ନଲୋଜିଠାରୁ ପ୍ରେରଣା ପାଇ ଷ୍ଟେଜକୋଚ୍‌ ନାମକ ବସ୍‌ କମ୍ପାନୀ ଟ୍ରାନ୍ସପୋର୍ଟ ସ୍କଟଲାଣ୍ଡ ସହ ମିଶି ଏହି ବସ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏଥିରେ ସ୍ମାର୍ଟ ସେନ୍ସର ଲାଗିଛି। ତେଣୁ ଏହା ବିନା ଡ୍ରାଇଭର୍‌ରେ ଚାଲିପାରିବ। ଆଉ ୟୁ.କେ.ରେ ପ୍ରଥମ କରି ଏହି ବସ୍‌ ରାସ୍ତାରେ ଗଡିବ। କେବଳ ସିଙ୍ଗଲ ଡେକର୍‌ ବସ୍‌ରେ ହିଁ ଏହି ଟେକ୍ନଲୋଜିର ବ୍ୟବହାର ହୋଇଛି। ବସ୍‌ର ରୁଟ ୧୪ ମାଇଲ୍‌ର ରହିବ। ଗୋଟିଏ ଟ୍ରିପ୍‌ରେ କେବଳ ୩୬ ଜଣ ହିଁ ଯାଇପାରିବେ।

Share