ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍‌ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି ବସ୍‌ ସେବା ଆରମ୍ଭ ହୋଇଛି। ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ ହେବାପରଠାରୁ ସ୍ବାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେବାରେ ଲାଗିଛି। ଶୁକ୍ରବାର ଯୋଡାମ୍ବକୁ ବସ୍‌ ସେବା ଆରମ୍ଭ ହୋଇ ଅଞ୍ଚଳବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାରେ ଅନ୍ତ ଘଟିଛି। ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଡାମ୍ବ ପଞ୍ଚାୟତ ସଦର ମହକୁମାକୁ ରାଜ୍ୟ ସଡକ ପରିବହନର ବସ୍‌କୁ ସ୍ଥାନୀୟ ବସଷ୍ଟାଣ୍ଡରୁ ଶୁଭାରମ୍ଭ କରିଥିଲେ। ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ବସ୍‌ ପ୍ରତିଦିନ ସକାଳ ୮ଟାରୁ ମାଲକାନଗିରିରୁ ବାହାରି ମଧ୍ୟାହ୍ନ ୧୨ଟାରେ ଯୋଡାମ୍ବରେ ପହଞ୍ଚତ୍ବ। ସେଠାରୁ ଅପରାହ୍ନ ୨ଟାରେ ବାହାରି ମାଲକାନଗିରିରେ ସନ୍ଧ୍ୟାରେ ପହଞ୍ଚତ୍ବ ବୋଲି ସ୍ଥିର ହୋଇଛି। ପୂର୍ବରୁ ଯୋଡାମ୍ବରୁ ମାଲକାନଗିରି ଯିବାକୁ ହେଲେ ଅଞ୍ଚଳ ବାସୀ ପ୍ରଥମେ ଜଳପଥ ଦେଇ ଡଙ୍ଗା କିମ୍ବା ଲଞ୍ଚରେ ଚିତ୍ରକୋଣ୍ଡା ଆସି ସେଠାରେ ଗୋଟିଏ ରାତି ବିତାଉଥିଲେ। ତା’ପରଦିନ ଚିତ୍ରକୋଣ୍ଡାରୁ ବସ୍‌ ଯୋଗେ ମାଲକାନଗିରି ଯାଉଥିଲେ। ସେହିପରି ମାଲକାନଗିରିରୁ ଫେରିବା ବେଳେ ପୁଣି ଗୋଟିଏ ରାତି ଚିତ୍ରକୋଣ୍ଡାରେ ବିତାଇ ତା’ପର ଦିନ ଚିତ୍ରକୋଣ୍ଡା ସ୍ପିଲଓ୍ବେ ଲଞ୍ଚଘାଟରୁ ଗ୍ରାମକୁ ଯାଉଥିଲେ। ବସ୍‌ସେବା ଆରମ୍ଭ ନେଇ ଆୟୋଜିତ କାର୍ଯ୍ୟକ୍ରମକୁ ପୀତାମ୍ବର ଖେମୁଡୁ, ହରି ମୋହନ ଖିଲ, ଅମିତ ଅଗ୍ରୱାଲ, ଶିବ ପ୍ରସାଦ ଖରା, ଡମ୍ବରୁ ହରିଜନ, ରବୀନ୍ଦ୍ର ପାଢୀ, ବିଭୁ ପାତ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri