ବସ୍‌ ଓଲଟି ୪ ଗୁରୁତର

କୋରାପୁଟ,୩୦।୮(ସ୍ବ.ପ୍ର.): କୋରାପୁଟ ଜିଲା ପଞ୍ଚଡ଼ା ଗ୍ରାମ ନିକଟରେ ଏକ ଘରୋଇ ବସ (ଆର ବି କୋଚ୍‌) ସୋମବାର ଭୋରରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍‌ରେ ଥିବା ପ୍ରାୟ ୩୦ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ କାକିରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପଞ୍ଚି ତଦନ୍ତ ଜାରି ରଖିଛନ୍ତି। ବସ୍‌ଟି ପୋଲସରାରୁ କୋରାପୁଟ ଦେଇ ଇନ୍ଦ୍ରାବତୀ ଯାଉଥିବା ବେଳେ ରାସ୍ତାରେ ଓଲଟି ପଡିଥିଲା।