ଅଧିକାରୀଙ୍କୁ ଅଧିଗ୍ରହଣ ବୋଝ

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ,୧୮ା୧୧:ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କଟକ ଓ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୩ ରେଳ ପ୍ରକଳ୍ପର ଦୋହରୀକରଣ ଓ ସମ୍ପ୍ରସାରଣ ପାଇଁ ଜମି ମିଳୁନି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗତ ୧୨ ରୁ ୧୫ ବର୍ଷ ହେଲା ଅତି କମ୍‌ ଦରମାରେ ଠିକା କର୍ମଚାରୀ ନିଯୁକ୍ତି ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି। ଏହାସହ ଜମି ଅଧିଗ୍ରହଣରେ କ୍ଷତିଗ୍ରସ୍ତଙ୍କୁ ଅତି କମ ଦର ନିର୍ଦ୍ଧାରଣ, କର୍ମଚାରୀ ଅଭାବ ଇତ୍ୟାଦି ପ୍ରକଳ୍ପ ଅଗ୍ରଗତିରେ ପ୍ରତିବନ୍ଧକ ସାଜିଛି ବୋଲି ଗତ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଉପରୋକ୍ତ ସ୍ଥାନରେ ଜମି ଅଧିଗ୍ରହଣ ବୋଝ ହୋଇଛି। ଏସବୁ ସମସ୍ୟାର ସମାଧାନ କରିବାକୁ ସମ୍ପୃକ୍ତ ଜିଲାପାଳ ଓ ଜମି ଅଧିଗ୍ରହଣ ଅଧିକାରୀ(ଏଲ୍‌ଏଓ)ମାନଙ୍କୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ କଳ୍ପତରୁ ସାମନ୍ତରାୟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକରେ ପ୍ରଥମେ ତାଳଚେର-ବିମଳାଗଡ଼ ନୂତନ ରେଳ ଲିଙ୍କ୍‌ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୋଳ ଜିଲାର ମୋଟ ୧୧୫ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ନୋଟିସ ହୋଇଛି। ତେବେ ସୁନ୍ଦରଗଡ଼ ଜିଲାର ୨୯ରୁ ୨୩ ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଗ୍ରାମର ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ କରାଯାଇ ରେଳ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସମ୍ପୃକ୍ତ ଏଲ୍‌ଏଓ ପ୍ରତିଶ୍ରୁତି ଦେଇଛନ୍ତି। ଦେବଗଡ଼ ଜିଲାର ୧୯ ଗ୍ରାମରୁ ମାତ୍ର ୯ ଗ୍ରାମର ଜମି ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି। ଏହି ଜିଲା ପାଇଁ ଜଣେ ଲେଖାଏଁ ଆର୍‌ଆଇ, ଅମିନ ଓ ଚେନ୍‌ମ୍ୟାନ୍‌ ନିଯୁକ୍ତି ଦେବାକୁ ବୈଠକରେ ଧାର୍ଯ୍ୟ ହୋଇଥିଲା। ଅନୁଗୋଳ ଜିଲାର ଧାର୍ଯ୍ୟ ୬୭ ଗ୍ରାମରୁ ୪୮ ଗ୍ରାମର(୦ ରୁ ୬୨.୨ କି.ମି.) ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇସାରିଛି। ଅବଶିଷ୍ଟ ୧୯ ଗ୍ରାମରୁ ୧୫ ଗ୍ରାମର ଜମି ପାଇଁ ମଞ୍ଜୁର ହୋଇଛି। ସେଥିରୁ ପାଳହଡା, ଦେରେଇକେଳା ଓ ବାଲିପୋଷି ଗ୍ରାମର ଜମି ଅଧିଗ୍ରହଣ ପାଇଁ ଅଟକଳ ପ୍ରକ୍ରିୟା ଚାଲିଛି। ଝିମିରିପାଲି ଗ୍ରାମରେ ଏକ ଆଇଓସିଏଲ୍‌ ପେଟ୍ରୋଲ ପମ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଏଯାଏ ଆରମ୍ଭ ହୋଇ ପାରିନାହିଁ। ତେଣୁ ଜମି ଅଧିଗ୍ରହଣ ପାଇଁ ଆଉ ୧୧ କୋଟି ୨୪ ଲକ୍ଷ ୩୮ ହଜାର ୬୦୬ ଟଙ୍କାର ଆବଶ୍ୟକତା ରହିଛି ବୋଲି ସମ୍ପୃକ୍ତ ସ୍ବତନ୍ତ୍ର ଏଲ୍‌ଏଓ ପ୍ରସ୍ତାବ ଦେଇଥିଲେ। ଏହାସହ ସନସଦା, ବଡ଼ସଡ଼ା ଓ ବାରକୋଟିଆ ଗ୍ରାମବାସୀ ଅତି କମ୍‌ ଅର୍ଥ ଦେଉଥିବା ଅଭିଯୋଗ କରି ତାହା ଗ୍ରହଣ କରୁନାହାନ୍ତି। ତେଣୁ ଏହି ପ୍ରକଳ୍ପ ପାଇଁ ୮୪୦.୨୩ ହେକ୍ଟର ଜମି ଚିହ୍ନଟ ହୋଇଥିଲାବେଳେ ସେଥିରୁ ୪୭୯.୪୪ ହେକ୍ଟର ଜମି ଅକ୍ତିଆର ହୋଇଛି।
ସାଲଗାଓଁ-ବୁଢାପଙ୍କ ରେଳ ପ୍ରକଳ୍ପ କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲାର ୯୨ ଗ୍ରାମର ୧୪୮.୩୮ ହେକ୍ଟର ବେସରକାରୀ, ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ ହେଉଛି। ତେବେ କଟକ ଜିଲାର ସମସ୍ତ ୧୧ଟି ଗ୍ରାମର ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇ ସାରିଛି। ଢେଙ୍କାନାଳ ଜିଲାର ୪୭ ଗ୍ରାମରୁ ମାତ୍ର ୬ ଗ୍ରାମର ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇଛି। ବାକି ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଅନୁଗୋଳ ଜିଲାର ୩୪ ଗ୍ରାମର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସୀମିତ ରହିଛି। ସମ୍ପୃକ୍ତ ଏଲ୍‌ଏଓ ଅଧିକ କର୍ମଚାରୀ ସହ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ସୁକିନ୍ଦା-ଅନୁଗୋଳ ନୂତନ ରେଳ ଲିଙ୍କ୍‌ ପ୍ରକଳ୍ପରେ ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲାର ୧୨୭ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ସେଥିରୁ ଯାଜପୁର ଜିଲାର ୧୭ ସମେତ ଅତିରିକ୍ତ ୪, ଅନୁଗୋଳ ଜିଲାର ୧୦ ଓ ଅତିରିକ୍ତ ୩ ଗ୍ରାମ ଏବଂ ଢେଙ୍କାନାଳ ଜିଲାର ୭୧ ଗ୍ରାମ ସମେତ ଅତିରିକ୍ତ ୨୨ଟି ଗ୍ରାମର ଜମି ୨୦୧୯ରୁ ରେଳ ବିଭାଗକୁ ହସ୍ତାନ୍ତର ହୋଇସାରିଛି। ତେବେ କମଳାଗଡ଼ ଗ୍ରାମର ୧.୯୫ ଏକର ଜମି ସିଧାସଳଖ କିଣିବାକୁ ନିଷ୍ପତ୍ତି ହୋଇଥିଲା। ସେଥିରୁ ୧.୧୮ ଏକର ଜମି କିଣା ସାରିଥିବାବେଳେ ବାକି ୦.୭୭ ଏକର ଜମି କିଣିବାକୁ ଆଲୋଚନା ଚାଲିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରେଳ ବିଭାଗର ଅବହେଳା କାରଣରୁ କେତେକ ଜମି ଅଧିଗ୍ରହଣରେ ଅର୍ଥ ମଞ୍ଜୁର ବାଧକ ସାଜିଥିବା ମଧ୍ୟ ସମୀକ୍ଷା ବୈଠକରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri