ଅଧିକାରୀଙ୍କୁ ଅଧିଗ୍ରହଣ ବୋଝ

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ,୧୮ା୧୧:ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କଟକ ଓ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୩ ରେଳ ପ୍ରକଳ୍ପର ଦୋହରୀକରଣ ଓ ସମ୍ପ୍ରସାରଣ ପାଇଁ ଜମି ମିଳୁନି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗତ ୧୨ ରୁ ୧୫ ବର୍ଷ ହେଲା ଅତି କମ୍‌ ଦରମାରେ ଠିକା କର୍ମଚାରୀ ନିଯୁକ୍ତି ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି। ଏହାସହ ଜମି ଅଧିଗ୍ରହଣରେ କ୍ଷତିଗ୍ରସ୍ତଙ୍କୁ ଅତି କମ ଦର ନିର୍ଦ୍ଧାରଣ, କର୍ମଚାରୀ ଅଭାବ ଇତ୍ୟାଦି ପ୍ରକଳ୍ପ ଅଗ୍ରଗତିରେ ପ୍ରତିବନ୍ଧକ ସାଜିଛି ବୋଲି ଗତ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଉପରୋକ୍ତ ସ୍ଥାନରେ ଜମି ଅଧିଗ୍ରହଣ ବୋଝ ହୋଇଛି। ଏସବୁ ସମସ୍ୟାର ସମାଧାନ କରିବାକୁ ସମ୍ପୃକ୍ତ ଜିଲାପାଳ ଓ ଜମି ଅଧିଗ୍ରହଣ ଅଧିକାରୀ(ଏଲ୍‌ଏଓ)ମାନଙ୍କୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ କଳ୍ପତରୁ ସାମନ୍ତରାୟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକରେ ପ୍ରଥମେ ତାଳଚେର-ବିମଳାଗଡ଼ ନୂତନ ରେଳ ଲିଙ୍କ୍‌ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୋଳ ଜିଲାର ମୋଟ ୧୧୫ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ନୋଟିସ ହୋଇଛି। ତେବେ ସୁନ୍ଦରଗଡ଼ ଜିଲାର ୨୯ରୁ ୨୩ ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଗ୍ରାମର ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ କରାଯାଇ ରେଳ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସମ୍ପୃକ୍ତ ଏଲ୍‌ଏଓ ପ୍ରତିଶ୍ରୁତି ଦେଇଛନ୍ତି। ଦେବଗଡ଼ ଜିଲାର ୧୯ ଗ୍ରାମରୁ ମାତ୍ର ୯ ଗ୍ରାମର ଜମି ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି। ଏହି ଜିଲା ପାଇଁ ଜଣେ ଲେଖାଏଁ ଆର୍‌ଆଇ, ଅମିନ ଓ ଚେନ୍‌ମ୍ୟାନ୍‌ ନିଯୁକ୍ତି ଦେବାକୁ ବୈଠକରେ ଧାର୍ଯ୍ୟ ହୋଇଥିଲା। ଅନୁଗୋଳ ଜିଲାର ଧାର୍ଯ୍ୟ ୬୭ ଗ୍ରାମରୁ ୪୮ ଗ୍ରାମର(୦ ରୁ ୬୨.୨ କି.ମି.) ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇସାରିଛି। ଅବଶିଷ୍ଟ ୧୯ ଗ୍ରାମରୁ ୧୫ ଗ୍ରାମର ଜମି ପାଇଁ ମଞ୍ଜୁର ହୋଇଛି। ସେଥିରୁ ପାଳହଡା, ଦେରେଇକେଳା ଓ ବାଲିପୋଷି ଗ୍ରାମର ଜମି ଅଧିଗ୍ରହଣ ପାଇଁ ଅଟକଳ ପ୍ରକ୍ରିୟା ଚାଲିଛି। ଝିମିରିପାଲି ଗ୍ରାମରେ ଏକ ଆଇଓସିଏଲ୍‌ ପେଟ୍ରୋଲ ପମ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଏଯାଏ ଆରମ୍ଭ ହୋଇ ପାରିନାହିଁ। ତେଣୁ ଜମି ଅଧିଗ୍ରହଣ ପାଇଁ ଆଉ ୧୧ କୋଟି ୨୪ ଲକ୍ଷ ୩୮ ହଜାର ୬୦୬ ଟଙ୍କାର ଆବଶ୍ୟକତା ରହିଛି ବୋଲି ସମ୍ପୃକ୍ତ ସ୍ବତନ୍ତ୍ର ଏଲ୍‌ଏଓ ପ୍ରସ୍ତାବ ଦେଇଥିଲେ। ଏହାସହ ସନସଦା, ବଡ଼ସଡ଼ା ଓ ବାରକୋଟିଆ ଗ୍ରାମବାସୀ ଅତି କମ୍‌ ଅର୍ଥ ଦେଉଥିବା ଅଭିଯୋଗ କରି ତାହା ଗ୍ରହଣ କରୁନାହାନ୍ତି। ତେଣୁ ଏହି ପ୍ରକଳ୍ପ ପାଇଁ ୮୪୦.୨୩ ହେକ୍ଟର ଜମି ଚିହ୍ନଟ ହୋଇଥିଲାବେଳେ ସେଥିରୁ ୪୭୯.୪୪ ହେକ୍ଟର ଜମି ଅକ୍ତିଆର ହୋଇଛି।
ସାଲଗାଓଁ-ବୁଢାପଙ୍କ ରେଳ ପ୍ରକଳ୍ପ କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲାର ୯୨ ଗ୍ରାମର ୧୪୮.୩୮ ହେକ୍ଟର ବେସରକାରୀ, ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ ହେଉଛି। ତେବେ କଟକ ଜିଲାର ସମସ୍ତ ୧୧ଟି ଗ୍ରାମର ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇ ସାରିଛି। ଢେଙ୍କାନାଳ ଜିଲାର ୪୭ ଗ୍ରାମରୁ ମାତ୍ର ୬ ଗ୍ରାମର ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇଛି। ବାକି ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଅନୁଗୋଳ ଜିଲାର ୩୪ ଗ୍ରାମର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସୀମିତ ରହିଛି। ସମ୍ପୃକ୍ତ ଏଲ୍‌ଏଓ ଅଧିକ କର୍ମଚାରୀ ସହ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ସୁକିନ୍ଦା-ଅନୁଗୋଳ ନୂତନ ରେଳ ଲିଙ୍କ୍‌ ପ୍ରକଳ୍ପରେ ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲାର ୧୨୭ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ସେଥିରୁ ଯାଜପୁର ଜିଲାର ୧୭ ସମେତ ଅତିରିକ୍ତ ୪, ଅନୁଗୋଳ ଜିଲାର ୧୦ ଓ ଅତିରିକ୍ତ ୩ ଗ୍ରାମ ଏବଂ ଢେଙ୍କାନାଳ ଜିଲାର ୭୧ ଗ୍ରାମ ସମେତ ଅତିରିକ୍ତ ୨୨ଟି ଗ୍ରାମର ଜମି ୨୦୧୯ରୁ ରେଳ ବିଭାଗକୁ ହସ୍ତାନ୍ତର ହୋଇସାରିଛି। ତେବେ କମଳାଗଡ଼ ଗ୍ରାମର ୧.୯୫ ଏକର ଜମି ସିଧାସଳଖ କିଣିବାକୁ ନିଷ୍ପତ୍ତି ହୋଇଥିଲା। ସେଥିରୁ ୧.୧୮ ଏକର ଜମି କିଣା ସାରିଥିବାବେଳେ ବାକି ୦.୭୭ ଏକର ଜମି କିଣିବାକୁ ଆଲୋଚନା ଚାଲିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରେଳ ବିଭାଗର ଅବହେଳା କାରଣରୁ କେତେକ ଜମି ଅଧିଗ୍ରହଣରେ ଅର୍ଥ ମଞ୍ଜୁର ବାଧକ ସାଜିଥିବା ମଧ୍ୟ ସମୀକ୍ଷା ବୈଠକରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri