ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ ଚଢ଼ିଯାଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ବାସୀମାନେ ଚେଷ୍ଟା କରି ବିଫଳ ହୋଇ ବନ୍ତଳା ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ୍ତଳା ଅଗ୍ନିଶମ ବାହିନୀ ପହଞ୍ଚି ସୁରକ୍ଷିତ ଭାବେ ଷଣ୍ଢକୁ ଉଦ୍ଧାର କରିଥିଲେ।


