ଭୂଇଁରୁ ଉଠିପାରୁନି କୋରେଇ ଭବନ

କୋରେଇ,୮।୨(ଚନ୍ଦ୍ରକାନ୍ତ ପତି)ଯାଜପୁର ଜିଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ଭବନମାନ ନିର୍ମାଣ ହୋଇଥିବା ବେଳେ କୋରେଇ ଭବନ ନିର୍ମାଣ କାର୍ଯ୍ୟ ରାଜନୈତିକ ଓ ପ୍ରଶାସନିକ ଚାପରେ ଦିଗହରା ହୋଇଥିବା ଅଭିଯୋଗ ହୋଇଛି। ୨୦୦୯ରେ କୋରେଇ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ରାଜନୈତିକ ଟଣାଓଟରା ପାଇଁ ଦୀର୍ଘ ୧୩ ବର୍ଷ ହେବ ଏହି କାମର ଅଗ୍ରଗତି ହୋଇପାରୁନାହିଁ। ସେତେବେଳର ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଉଦ୍ୟମ କ୍ରମେ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡସ(ଏସ୍‌ପିଏଫ୍‌) ତଥା ବିଶେଷ ସମସ୍ୟା ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁମୋଦନ କରାଯାଇ ପ୍ରଥମେ କୋରେଇ ଭବନର ପରିକଳ୍ପନା ହୋଇଥିଲା । ନିର୍ମାଣ ପାଇଁ ଉଚିତ ଜମି ଚୟନରେ ସମସ୍ୟା ଯୋଗୁ ସମ୍ଭବତଃ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା । ଏହାପରେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ଉଦ୍ୟମ କ୍ରମେ ଚତୁର୍ଦ୍ଦଶ ଅର୍ଥ କମିଶନରେ ସରକାରଙ୍କ ପକ୍ଷରୁ ୨୦୧୮-୧୯ରେ ୫୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ଏଥିସହିତ ପାଣିକୋଇଲି-କେନ୍ଦୁଝର ୨୦ନଂ. ଜାତୀୟ ରାଜପଥର ଧନେଶ୍ୱର ନିକଟ ପଥରପଦା ମୌଜାର ଖାତା ନଂ.୪୯୩, ଫ୍ଲଟ ନଂ.୩୦୦, ୨୯୫, ୨୯୬/୩୦୧୩,୨୨୮/୩୦୧୨ ଜମି ଚିହ୍ନଟ କରାଯାଇଥିଲା । ତତ୍କାଳୀନ କୋରେଇ ବିଡିଓ ସରକାରଙ୍କ ସମସ୍ତ ନିୟମ ଅନୁସାରେ କୋରେଇ ବ୍ଲକରେ ଟେଣ୍ଡର ଆହ୍ବାନ କରିଥିଲେ । ଏହି ଜମି ରାଜପଥଠାରୁ ବହୁ ତଳେ ଥିବାରୁ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଅତିରିକ୍ତ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥକୁ ବିଧାୟକ ଓ ଏମ୍‌ପିଙ୍କ ହାତପାଣ୍ଠିରୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପରିତାପର ବିଷୟ ଭୂଇଁରୁ ମାତ୍ର କେଇଟା ପିଲର ଉଠିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସମସ୍ତେ ଭୁଲି ଯାଇଛନ୍ତି । କୋରେଇ ଭବନ କେତୋଟି ପିଲରରେ ସୀମିତ ଥିବା ବେଳେ ୪୪.୮୨ ଲକ୍ଷ ଟଙ୍କା ଠିକାଦାର ଓ କେତେଜଣ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଅଧାରୁ ଅଧିକ ମଞ୍ଜୁର ଅର୍ଥ ହରିଲୁଟ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ଅର୍ଥ ପାଇଁ ସରକାରଙ୍କୁ ଚିଠି ହୋଇଛି। ଅର୍ଥ ମଞ୍ଜୁର ହେଲେ ପୁନର୍ବାର କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ବତନ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର୍‌ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri