ଶଯ୍ୟାଶାୟୀ ବୃଦ୍ଧାଙ୍କ ତଣ୍ଟିକାଟି ହତ୍ୟା

ଭୁବନେଶ୍ୱର,୧୭।୮(ସତ୍ୟଜିତ୍‌ ରାଉତ)ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ବସ୍ତିରେ ମଙ୍ଗଳବାର ସ୍ବାଧୀନତା ଦିବସରେ ଏକ ହତ୍ୟାକାଣ୍ଡ ଘଟିଛି। ଶଯ୍ୟାଶାୟୀ ଥିବା ଜଣେ ବୃଦ୍ଧାଙ୍କୁ ଗଳାକାଟି ଅତି ନିର୍ମମ ଭାବେ କେହି ହତ୍ୟା କରିଛନ୍ତି। ମୃତା ବୃଦ୍ଧା ହେଲେ ଏଠାରେ ରହୁଥିବା ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ର ମଦା ପଲେଇ (୬୦)। ଏପରିକି ଉକ୍ତ ଘର ଭିତରୁ ତାଙ୍କ ବୋହୂ ବୈଶାଖୀ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ବୁଧବାର ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ବୃଦ୍ଧାଙ୍କ ଭଉଣୀ ସୁନିତା ତରାଇଙ୍କ ଏତଲା ଆଧାରରେ ପୋଲିସ ଏକ ହତ୍ୟା ମାମଲା (ନଂ.୩୫୪/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଆହତ ବୋହୂ ବୈଶାଖୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ବୟାନ ଘଟଣାକୁ ଅଧିକ ରହସ୍ୟମୟ କରିଦେଉଛି। କେତେଜଣ ଦୁର୍ବୃତ୍ତ ଓନି ଦ୍ୱାରା ତାଙ୍କ ତଣ୍ଟିକୁ ଚିପି ଦେବାରୁ ସେ ଅଚେତ ହୋଇପଡିଥିଲେ। ହେଲେ ସେମାନଙ୍କ ମଧ୍ୟରୁ କାହାକୁ ଚିହ୍ନି ନ ଥିବା ସେ ପୋଲିସକୁ କହିଛନ୍ତି। ତେବେ ସେହି ହତ୍ୟାକାରୀ ଦୁର୍ବୃତ୍ତମାନେ କିଏ ତାହାକୁ ନେଇ ପୋଲିସ ଖୋଳତାଡ଼ ଚଳାଇଥିବାବେଳେ କେହି ଚିହ୍ନାପରିଚିତ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରି ସେହି ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି।
ଅନୁଯାୟୀ, ମୃତା ବୃଦ୍ଧା ମଦା ଗାଁରେ ଏକ ତେଜରାତି ଦୋକାନ କରିଛନ୍ତି। ପୂର୍ବରୁ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ସାନ ପୁଅ ମଣ୍ଟୁ ଖଣ୍ଡଗିରି ବାରିରେ ରହି କାମଧନ୍ଦା କରନ୍ତି। ସେହିଭଳି ବଡ଼ ପୁଅ ରବୀନ୍ଦ୍ର ଡ୍ରାଇଭର ଭାବେ କାମ କରିବା ସହ ଅଧିକାଂଶ ସମୟ ଗାଁକୁ ଯିବାଆସିବା କରିଥାନ୍ତି। ଗାଁରେ ମଦାଙ୍କ ସହ ବଡ଼ ବୋହୂ ବୈଶାଖୀ ରହୁଥିଲେ। ଗତ ଜୁଲାଇ ୧ ରାତିରେ ତାଙ୍କ ଘରେ ପଶିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ମଦା ଗୁରୁତର ହୋଇଥିଲେ। ମଦାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଆଉ ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଗତ ୮ତାରିଖରେ ଖଣ୍ଡଗିରି ବାରି ବସ୍ତିସ୍ଥିତ ପୁଅ ଘରେ ରହିଥିଲେ। ସେ ଶଯ୍ୟାଶାୟୀ ଅବସ୍ଥାରେ ରହୁଥିବାବେଳେ ବୋହୂ ବୈଶାଖୀ ତାଙ୍କ ପାଖରେ ରହି ଦେଖାଶୁଣା କରୁଥିଲେ। ମଙ୍ଗଳବାର ସା ପ୍ରାୟ ୭ଟାରେ ସାନପୁଅ ମଣ୍ଟୁ ମେଡିସିନ୍‌ ପାଇଁ ବାହାରକୁ ଯାଇଥିଲେ। ଘରେ କେବଳ ବୈଶାଖୀ ଓ ଅସୁସ୍ଥ ଶାଶୁ ମଦା ଥିଲେ। କିଛି ସମୟ ପରେ ମଣ୍ଟୁ ଘରକୁ ଫେରି ବୋଉଙ୍କ ତଣ୍ଟି କଟାଯାଇଥିବା ଓ ଭାଉଜ ବୈଶାଖୀ ଅଚେତ ଅବସ୍ଥାରେ ତଳେ ପଡ଼ିଥିବା ଦେଖି ପଡ଼ୋଶୀଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ। ଡିସିପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri