ବ୍ରୋଞ୍ଜ ଥାଳି, ମୁଦ୍ରା ପାଇଁ ଦେଢ଼ଶାଶୁ କରିଥିଲେ ଡକାୟତି ଯୋଜନା

ତେନ୍ତୁଳିଖୁଣ୍ଟି, ୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଧୀନ ଗୌଡ଼ ଦେଓପାଲି ସଦର ଗାଁର ଚନ୍ଦ୍ର ଗୌଡ଼ଙ୍କ ଘରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଡାଇକିଗୁଡ଼ାର ଅହଲ୍ୟା ଗୌଡ଼, ନନ୍ଦାହାଣ୍ଡି ବ୍ଲକ ସାନଦେବତାଗୁଡ଼ାର ସଞ୍ଜୀବ ନାୟକ, ନିସ୍ନାହାଣ୍ଡିର ରାଜେନ୍ଦ୍ର ହରିଜନ, ସାମସନ ହରିଜନ,ଉଷୁରିପଦରର ଲକ୍ଷ୍ମଣ ହରିଜନ, ପରଞ୍ଜିତ ସାଗରିଆ। ଅହଲ୍ୟା ଚନ୍ଦ୍ରଙ୍କ ସମ୍ପର୍କୀୟ ଦେଢ଼ଶାଶୁ। ଚନ୍ଦ୍ରଙ୍କ ଘରେ ଥିବା ବ୍ରୋଞ୍ଜ ଥାଳି ଓ ମୁଦ୍ରାର ଚମତ୍କାର ଗୁଣ ରହିଛି ଯାହାର ବଜାର ଦର କୋଟିଏ ଟଙ୍କା। ଏହା ଭାବି ଅହଲ୍ୟା ସେ ସବୁକୁ ଚୋରାଇବାକୁ ଯୋଜନା କରିଥିଲେ ବୋଲି ଡିଏସ୍‌ପି ଚନ୍ଦ୍ରଶେଖର ହୋତା ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପୋଲିସ ସୂଚନାନୁଯାୟୀ, ଚନ୍ଦ୍ରଙ୍କ ଘରେ ଥିବା ବ୍ରୋଞ୍ଜ ଥାଳି ଓ ମୁଦ୍ରାକୁ ଆଣିବାକୁ ଅହଲ୍ୟା ସଞ୍ଜୀବ ନାୟକଙ୍କ ସହ କଥା ହୋଇ ଡକାୟତି ପାଇଁ ପିଲା ଯୋଗାଡ଼ କରିବାକୁ କହିଥିଲେ। ଏହାପରେ ସଞ୍ଜୀବ ରାଜେନ୍ଦ୍ରଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ଅନ୍ୟ ୧୧ଜଣଙ୍କ ସହ ମିଶି ଯୋଜନା ମୁତାବକ ଚନ୍ଦ୍ରଙ୍କ ଘର କବାଟ ଭାଙ୍ଗି ପଶିଥିଲେ। ଖଣ୍ଡା, ଛୁରି ମୁନରେ ପରିବାର ସଦସ୍ୟଙ୍କୁ ଅଟକାଇ ବ୍ରୋଞ୍ଜ ଥାଳି ,ତମ୍ବା ମୁଦ୍ରା ଓ ଗୋଟିଏ ସୁନାଚେନ୍‌ ସହ ଅଶୀହଜାର ଟଙ୍କା ଆଣଇଥିଲେ। ଏଥିସହ ଭୟଭୀତ କରିବା ପାଇଁ ଚନ୍ଦ୍ରଙ୍କ ଝିଅ ପୁଷ୍ପାକୁ ଛୁରିରେ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଚନ୍ଦ୍ର ଖାତିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨୨/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଏହାପରେ ଘଟଣାର ପର୍ଦ୍ଦାଫାଶକରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବ୍ରୋଞ୍ଜ ଥାଳି, ତମ୍ବା ମୁଦ୍ରା ସମେତ ଖଣ୍ଡା ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ମୁର୍ଲବାଇର ସମୀର ବାଘ, ବଣିଆର ସୁରେଶ ନାଗ, ଦୀପକ ହରିଜନ, ଆଲୋକ ସୁନା, ଲଚ୍ଛମନ ହରିଜନ, ସୁରଜ ହରିଜନ, ଜୟପୁର କବିସୂର୍ଯ୍ୟ ହରିଜନ ଓ ସେମିଳିଗୁଡ଼ାର ଦିବାକର ସାଗରଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଖବରଦାତା ସମ୍ମିଳନୀରେ ଡିଏସ୍‌ପିଙ୍କ ସମେତ ଥାନାଧିକାରୀ ଦୀପକ ଲେଙ୍କା, ସବ୍‌ଇନ୍ସିପେକ୍ଟର ମହେଶ୍ୱର ଭୁର୍ଭୁରେଙ୍କ ସମେତ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri