ଗଛକୁ ପିଟିଲା ବରଯାତ୍ରୀ ଗାଡ଼ି

ପାଟଣା,୨୭।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ନିକଟରେ ସୋମବାର ରାତିରେ ବରଯାତ୍ରୀ ନେଇ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତାପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି।
ବରଯାତ୍ରୀ ନେଇ ଡିଆନାଳୀରୁ ପିପିଳିଆ ଅଭିମୁଖେ ଯାଉଥିବା ପିକଅପ୍‌ ଟିପିପିଳିଆ ବାଙ୍କନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଥିବା ଗଛକୁ ଧକ୍କା ଦେଇଥିଲା।