Posted inଜାତୀୟ

ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟାଙ୍କୁ ଦେଖି ବିବାହ ପାଇଁ ମନା କଲେ ବର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଲକ୍ଷ୍ନୌ,୨୬ା୬: ଝିଅଟିକୁ ବିବାହ କରାଇବା ଯେ, କେତେ କଷ୍ଟକର ତାହା ଜଣେ ପିତା ହିଁ ବେଶ୍‌ ଭଲ ଭାବେ ଜାଣିଥାନ୍ତି। ଝିଅ ବିବାହ କିପରି ଭଲରେ ଭଲରେ ହୋଇ ଶାଶୁଘରକୁ ଯାଉ ସେନେଇ ପରିବାର ଲୋକେ ଚିନ୍ତାରେ ଥାନ୍ତି। କିଛି ବାଧା ବିଘ୍ନ ନ ହେଉ। ବରଯାତ୍ରୀ ଭଲରେ ଖାଇ ପିଇ ଯାଆନ୍ତୁ ଏକଥା ପ୍ରତ୍ୟେକ ଝିଅର ପିତା ଚିନ୍ତା କରିଥାନ୍ତି। ଏତେ ସବୁ ପରେ ଯଦି ବିବାହ ଦିନ ବର ବାହା ହେବାକୁ ଆସି ମନା କରିଦେବ ତେବେ ତାହା କେତେ କଷ୍ଟଦାୟକ ଆଉ ନିନ୍ଦନୀୟ ଜଣେ ପିତା ହିଁ ଅନୁଭବ କରିଥାନ୍ତି।

ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ॥ ଏହି ଘଟଣା ଉସରାହର ପୋଲିସ ଷ୍ଟେଶନ ଅଞ୍ଚଳର କୁର୍ଖା ଗ୍ରାମରୁ ଆସିଛି। ଏଠାରେ ଏକ ପରିବାର କନୌଜର ଜଣେ ଯୁବକ ସହିତ ଝିଅର ବିବାହ ସ୍ଥିର କରିଥିଲେ। ଜୁନ୍‌ ୨୪ରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ବର ଶୋଭାଯାତ୍ରା ପହଞ୍ଚିଥିଲା। ବରପକ୍ଷଙ୍କୁ କନ୍ୟାଘର ପକ୍ଷରୁ ସ୍ବାଗତ କରିବା ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥିଲା। ବରଯାତ୍ରୀ ଭୋଜି ବି ଖାଇଲେ। ବିବାହ ଆରମ୍ଭ ହୋଇଥିଲା। ଏହି ସମୟରେ କନ୍ୟାକୁ ବରଣମାଳା ପିନ୍ଧାଇବା ବେଳେ ବର ଅଭିଯୋଗ ଆଣିଲେ ସେ ଯେଉଁ ଝିଅକୁ ଦେଖିବାକୁ ଆସିଥିଲେ ଏ ସେ ଝିଅ ନୁହନ୍ତି। ଜଣଙ୍କୁ ଦେଖାଇ ଆଉ ଜଣଙ୍କ ସହ ବାହାଘର କରୁଛନ୍ତି। ତେଣୁ ସେ ବିବାହ କରିବେନି ବୋଲି ମନା କରି ବରଯାତ୍ରୀଙ୍କ ସହ ଫେରି ଯାଇଥିଲେ।

ଏହା ପରେ କନ୍ୟାଙ୍କ ପିତା ପୋଲିଶ ଷ୍ଟେଶନ ଯାଇଥିଲେ। ପୋଲିସ ବର ଏବଂ ତାଙ୍କ ପିତାଙ୍କୁ ଥାନାକୁ ଡକାଇଥିଲା। ପଚରାଉଚରା କରିବାରୁ ବରପକ୍ଷ ଏପରି କନ୍ୟା ବଦଳ ଅଭିଯୋଗ ଆଣିଥିଲେ। ଏହାକୁ ଅସ୍ବୀକାର କରିଥିଲେ କନ୍ୟାପକ୍ଷ। ତେବେ କନ୍ୟାଙ୍କ ପିତା କହିଛନ୍ତି, ସେମାନେ ଅଧିକ ଯୌତୁକ ଦାବି କରିଥିଲେ। ଦେଇ ନ ପାରିବାରୁ ବିବାହ ପାଇଁ ଅରାଜି ହୋଇଥିଲେ। ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ଅଟେ। ଅନ୍ୟପକ୍ଷରେ କନ୍ୟାଘରର ଏତେ କ୍ଷତି ହୋଇଥିବାରୁ ବରପକ୍ଷ ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ରାଜି ହୋଇଥିଲେ। ପରେ ସମସ୍ୟାର ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri