Posted inଜାତୀୟ

ପୁରୋହିତ ମନ୍ତ୍ର ପଢ଼ିଲେ, ହେଲେ ବିବାହ ନ କରି କେବଳ ୪୯୦୦୦ ଦେଇଦେବାକୁ କହିଲେ ବରକନ୍ୟା; କାରଣ ଜାଣିଲେ…

ଉଜୈନ,୧୪।୧୧: ସଜବାଜ ହୋଇ ମଣ୍ଡପରେ ବସିଲେ। ପୁରୋହିତ ମନ୍ତ୍ର ବି ପଢ଼ିଲେ। ହେଲେ ବର ସିନ୍ଦୁର ପିନ୍ଧାଇଲେନି କିମ୍ବା ହାତଗଣ୍ଠି ପଡ଼ିଲାନି। କେବଳ ଏତିକି ନୁହେଁ ବର-ବଧୂ ଦୁହେଁ ୪୯୦୦୦ ଟଙ୍କା ଦିଅ ବୋଲି ଅଡ଼ି ବସିଲେ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଉଜୈନରେ ଘଟିଛି। ଏଠାରେ ସାମୁହିକ ବିବାହ କରିବା ସମୟରେ ଏକ ଯୋଡ଼ି ସିନ୍ଦୁର ପିନ୍ଧାଇଲେ ନାହିଁ ବୋଲି ହଙ୍ଗାମା ହୋଇଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ କେବଳ ଟଙ୍କା ପାଇଁ ସେମାନେ ଆସିଥବା କହିଛନ୍ତି।

ଘଟଣାଟି ଉଜୈନ ଜିଲାର ନାଗଦାର। ଏଠାରେ ନରେନ୍ଦ୍ର ମୋଦି ଖେଳ ପ୍ରଶାଲ ମଇଦାନରେ ୮୧ଜଣ ଯୋଡିଙ୍କ ସାମୁହିକ ବିବାହ କରାଯିବାର ଥିଲା। ଏଥିରେ ଗୋଟିଏ ଯୋଡ଼ି ବିବାହ ଲାଗି ସଜବାଜ ହୋଇ ଆସିଥିଲେ ହେଁ ବାହା ହୋଇ ନ ଥିଲେ। ଘଟଣା ଜିଲାପାଳ ନୀରଜ ସିଂଙ୍କ ଜ୍ଞାତସାରକୁ ଆସିବା ପରେ ସେ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମାରୋହରେ ୮୧ ଯୋଡ଼ିଙ୍କ ମଧ୍ୟରେ ରତଲାମର ଦିବ୍ୟା ଏବଂ ଅଜୟ ବିବାହ କରିଥିଲେ, ହେଲେ ରୀତିନୀତି ପାଳନ କରି ନ ଥିଲେ। ଏନେଇ ପଚରାଯିବାରେ ସେମାନେ କେବଳ ପୌରପାଳିକା ଅଧ୍ୟକ୍ଷ ଏବଂ ବିଧାୟକଙ୍କ ନିର୍ଦ୍ଦେଶରେ ମଣ୍ଡପରେ ବସିଥିବା କହିଥିଲେ। ବିବାହ କରନ୍ତୁ ବା ନ କରନ୍ତୁ ତାଙ୍କୁ ୪୯ହଜାର ଟଙ୍କା ମିଳିବ ବୋଲି ବିଧାୟକ ଏବଂ ଅଧ୍ୟକ୍ଷ ଫର୍ମ ପୂରଣ ବେଳେ କହିଥିଲେ।

ତେବେ ଉଭୟଙ୍କ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଗାମୀ ଦିନରେ କ’ଣ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri