Categories: ବାଣିଜ୍ୟ

ଆରମ୍ଭ ହେବ ବ୍ରାଣ୍ଡ ଇଣ୍ଡିଆ ମିଶନ

ନୂଆଦିଲ୍ଲୀ: ଆଗାମୀ ଦିନରେ ବ୍ରାଣ୍ଡ ଇଣ୍ଡିଆ ମିଶନ ଆରମ୍ଭ କରିବା ଲାଗି ସରକାର ପ୍ରକ୍ରିୟା ଜୋର୍‌ଦାର କରିଛନ୍ତି। ଦେଶରେ ଉତ୍ପାଦନ ହେଉଥିବା ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟଗୁଡିକୁ ପ୍ରୋତ୍ସାହନ ଯୋଗାଇଦେବା ଲାଗି ସରକାର ଏଭଳି ପଦକ୍ଷେପ ହାତକୁ ନେବେ। ଆମେରିକା, ସୁଇଜରଲାଣ୍ଡ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶରେ ଏଭଳି ନୀତି ଏବେ କାର୍ଯ୍ୟକାରୀ ହେଉଛି। ଏହାକୁ ଧ୍ୟାନରେ ରଖି ସରକାର ଭାରତରେ ମଧ୍ୟ ସମାନ ପ୍ରକାର ପଦକ୍ଷେପ ହାତକୁ ନେବା ଲାଗି ସରକାର ଯୋଜନା ରଖିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଙ୍କଙ୍କ ତତ୍ତ୍ୱାବଧାନରେ ଏହାକୁ ରୂପରେଖ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ କ୍ୱାଲିଟି କାଉନସିଲ ଅଫ୍‌ ଇଣ୍ଡିଆ ଏବଂ ଅନ୍ୟ ଏଜେନ୍ସିଗୁଡିକ ସହ ଆଲୋଚନା କରାଯିବ ବୋଲି ଗୋୟଲ ସ୍ପଷ୍ଟ କରିଛନ୍ତି।

Share