ଶାଖା କେନାଲ ରାସ୍ତା ଶୋଚନୀୟ

ପରଜଙ୍ଗ, ୮।୪(ଡି.ଏନ୍‌.ଏ.) ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଶୋଚନୀୟ ହୋଇପଡ଼ିଛି ରେଙ୍ଗାଳି ବାମପାର୍ଶ୍ୱ ମୁଖ୍ୟ କେନାଲରୁ ବାହାରିଥିବା ଶାଖା କେନାଲ ରାସ୍ତା। ଶତାଧିକ ଚାଷୀ ଏବଂ ଗ୍ରାମବାସୀଙ୍କ ଜୀବନରେଖା ଭାବେ ପରିଚିତ ଏହି ଗ୍ରାମାଞ୍ଚଳ ରାସ୍ତା ମରଣଯନ୍ତା ପାଲଟି ଥିବାବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳ ଦେଇ ଯାଇଛି ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲ। ଆଭ୍ୟନ୍ତରୀଣ ଜମିକୁ ଜଳସେଚନ ପାଇଁ କାନ୍ତୋର ନିକଟରୁ ଏକ ଶାଖା କେନାଲ ଖୋଳାଯାଇଛି। ଏହି କେନାଲ ପରଜଙ୍ଗ, ଖଣ୍ଡୁଆଳମୁଣ୍ଡା, କନ୍ଦରସିଂହା, ଲୋଧଣୀ, ସାଆନ୍ଦା ଗ୍ରାମ ଦେଇ କାମାକ୍ଷାନଗରକୁ ଲମ୍ବିଛି। ଗମନାଗମନ ସୁବିଧା ପାଇଁ ଶାଖା କେନାଲକୁ ଲାଗି ଏକ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ଦେଇ କେନାଲ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଗାଡ଼ି, ଆଖପାଖ ଅଞ୍ଚଳର ଲୋକେ ଏବଂ ଚାଷୀମାନେ ଜମିକୁ ହଳ ଓ ଟ୍ରାକ୍ଟର ନେଇ ସୁବିଧାରେ ଯିବାଆସିବା କରୁଥିଲେ। ହେଲେ ଦୀର୍ଘଦିନ ଧରି ମରାମତି ଅଭାବରୁ ଏହା ଖାଲଖମାରେ ଭର୍ତ୍ତି ହୋଇଛି। ବିଭାଗ ପକ୍ଷରୁ କାମଚଳା ଭାବେ ମରାମତି କରାଯାଉଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହୋଇପାରୁନାହିଁ। କାରଣ ପିଚୁ ବଦଳରେ ଖାଲଖମା ସ୍ଥାନରେ ମାଟି ପକାଇ ସମତୁଲ କରାଯାଉଛି। ଫଳରେ ବର୍ଷା ହେଲେ କିମ୍ବା ଗାଡ଼ିମୋଟର ଚଳାଚଳ କଲେ ରାସ୍ତାରେ ପୁଣି ଗର୍ତ୍ତ ସୃଷ୍ଟି ହେଉଛି। ସାମାନ୍ୟ ବର୍ଷା ହେଲେ କାଦୁଅରେ ଭର୍ତ୍ତି ହୋଇଯାଉଛି। ଗାଡ଼ିମୋଟର ତ ଦୂରର କଥା ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଚାଷୀମାନେ ସମସ୍ୟାରେ ପଡୁଛନ୍ତି। ତେଣୁ ଶୋଚନୀୟ ହୋଇପଡ଼ିଥିବା ରାସ୍ତାକୁ ପୁନରୁଦ୍ଧାର କରିବା ସହିତ ପିଚୁ ଢଳେଇ କରିବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଚିନ୍ମୟ ସାହୁ କୁହନ୍ତି, ଗତବର୍ଷ ଉକ୍ତ ରାସ୍ତା ନିର୍ମାଣ ପାଇଁ ଅଟକଳ କରାଯାଇ ଅନୁଦାନ ମଞ୍ଜୁରୀ ପାଇଁ ପଠାଯାଇଥିଲା। ଚଳିତ ବର୍ଷ ଆଉଥରେ ଅଟକଳ କରି ପଠାଇବାକୁ ଚିଠି ଆସିଛି। ଖୁବ୍‌ଶୀଘ୍ର ଏଷ୍ଟିମେଟ୍‌ କରି ଚିଠି ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri