Posted inଫୁରସତ

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେବା ପାଇଁ ୨୪୦୦ କିମି ଯାତ୍ରା କରି ଆସିଥିଲେ ପ୍ରେମିକ: ଆଉ ତା’ପରେ ଯାହା ଦେଖିଲେ…

ଆଜିକାଲି ପ୍ରେମରେ ଧୋକା ଏକ ସାଧାରଣ ଘଟଣା ହୋଇଗଲାଣି। କେଉଁଠି ପ୍ରେମିକା ପ୍ରେମିକଙ୍କୁ ଧୋକା ଦେଲେଣି ତ ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କୁ ଛାଡି ଚାଲିଯିବା ଘଟଣା ସାମ୍ନାକୁ ଆସୁଛି। ନିକଟରେ ଚାଇନାରେ ସେମିତି ଏକ ମାମଲା ଘଟିଛି।
ଜଣେ ଚାଇନିଜ ଯୁବକ ତାଙ୍କ ଜନ୍ମଦିନରେ ନିଜ ପ୍ରେମିକାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ୧,୫୦୦ ମାଇଲ (ପ୍ରାୟ ୨୪୦୦ କିଲୋମିଟର) ଯାତ୍ରା ଆସିଥିଲେ। ସେ ତାଙ୍କ ଗର୍ଲଫ୍ରେଣ୍ଡରେ ପହଞ୍ଚିବା ମାତ୍ରେ ତାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହିତ ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ଯୁବକ ଜଣଙ୍କ ଏକ ଟେଡି ବିୟର୍‌ ଶୁଟ ପିନ୍ଧିଥିଲେ ଏବଂ ତାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ଏକ ସର୍ବସାଧାରଣ ସ୍ଥାନରେ ତାଙ୍କୁ ଭେଟିବାକୁ ଯାଇଥିଲେ। ପ୍ରେମିକଙ୍କ ଜନ୍ମଦିନର ସରପ୍ରାଇଜ୍‌ ଯୋଜନା ଫସର ଫାଟିଯାଇଥିଲା। ଏହି ଘଟଣା କ୍ୟାମେରାରେ କଏଦ ହୋଇଯାଇଥିଲା।
ଏହି ଭିଡିଓ ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋ ଏବଂ ଚାଇନା ବାହାରେ ଟୁଇଟରରେ ଶେୟାର କରାଯାଇଛି। ଦୁର୍ଭାଗ୍ୟବଶତଃ ଘଟଣାର ଫଟୋ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଭିଡିଓରେ ଦର୍ଶାଯାଇଛି ଯେ ଜଣେ ମହିଳା ଦୋକାନ ଆଗରେ ଜଣେ ପୁରୁଷଙ୍କ ସହ କାନ୍ଧରେ ହାତ ପକାଇ ଯାଉଥିଲେ। ଏହି ସମୟରେ ବ୍ରାଉନ ଟେଡି ବିୟର୍‌ ଶୁଟ ପିନ୍ଧିଥିବା ଜଣେ ବ୍ୟକ୍ତି ଫ୍ରେମ ଭିତରକୁ ଆସି ସେମାନଙ୍କ ସାମ୍ନାରେ ଅଟକି ଗଲେ। ଟେଡି ବିୟର୍‌ ଶୁଟରେ ଥିବା ଯୁବକ ଜଣଙ୍କ ଦୋକାନ ଆଗରେ ଠିଆ ହୋଇଥିବା ସମ୍ପୃକ୍ତ ଯୋଡିଙ୍କ ଆଡକୁ ଚାହିଁ ରହିଥାନ୍ତି।
ଗର୍ଲଫ୍ରେଣ୍ଡ ପ୍ରେମିକଙ୍କୁ ଦେଖି ତାଙ୍କ ନିକଟକୁ ଦୌଡିଯାନ୍ତି। ପ୍ରେମିକଙ୍କ ବୁଝାଇବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ପ୍ରେମିକ ସେଠାରୁ ଚୁପଚାପ ଫେରି ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri