Categories: ଫୁରସତ

ପ୍ରତାରଣା କରିଥିବା କହି, ପ୍ରେମିକାଙ୍କୁ ମଝି ରାସ୍ତାରେ ନିସ୍ତୁକ ପିଟିଲେ ପ୍ରେମିକ

ପ୍ରତାରଣା କରିଥିବା ଅଭିଯୋଗରେ ପ୍ରେମିକାଙ୍କୁ ରାସ୍ତା ମଝିରେ ମାଡ଼ ମାରିଛନ୍ତି ପ୍ରେମିକ। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରେମିକା ହେଲେ ପେଜ୍‌ ଗ୍ରାହକ ସେବା ପରାମର୍ଶଦାତା ଭାବରେ କାମ କରୁଥିବା ମିଡିଲହର୍ଷ୍ଟ (୨୫) । ପ୍ରେମିକ ଡେକ୍ଲାନ।

ପ୍ରେମିକ ଡେକ୍ଲାନ ତାଙ୍କୁ ରାସ୍ତା ମଝିରେ ପିଟିଥିଲେ। କାରଣ ସେ ପ୍ରତାରଣା କରିଥିବାରୁ ଡେକ୍ଲାନ ଏପରି କରିଥିବା କହିଛନ୍ତି। ଏ ନେଇ ପେଜ୍‌ ଡେକ୍ଲାନଙ୍କ ନାଁରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି।

ଏ ନେଇ ପେଜ୍‌ କହିଛନ୍ତି, ଡେକ୍ଲାନ ବହୁତ ମଜାଳିଆ ଏବଂ ରୋମାଣ୍ଟିକ। ମାତ୍ର ମୋ’ ଭାଇ ଡେକ୍ଲାନ ପ୍ରତି ସତର୍କ ରହିବାକୁ ମୋତେ କହିଥିଲେ। ହେଲେ ମୁଁ ଭାବୁଥିଲି ଡେକ୍ଲାନଙ୍କୁ ଭଲରେ ବୁଝିଛି।

ଡିସେମ୍ବର ୨୦୧୮ରେ, ପେଜ୍‌ ଖ୍ରୀଷ୍ଟମାସ ନାଇଟ୍‌ ପାଇଁ ଅଫିସକୁ ଯାଇଥିଲେ। ଡେକ୍ଲାନ୍‌ ରାତିସାରା ତାଙ୍କ ସହିତ ଯୋଗାଯୋଗରେ ରହିବାକୁ ଏବଂ କଥା ହେବାକୁ କହିଥିଲେ। ମାତ୍ର ସନ୍ଧ୍ୟାରେ ଚାର୍ଜ ସରି ଯିବାରୁ ଫୋନ୍‌ ବନ୍ଦ ହୋଇ ଯାଇଥିଲା। ଏ ନେଇ ଡେକ୍ଲାନ ବହୁତ ରାଗି ଯାଇଥିଲେ।

ପେଜ୍‌ କହିଛନ୍ତି, ମୋ ଘର ପାଖରେ ଭେଟିବାକୁ ଡେକ୍ଲାନ ମୋତେ କହିଥିଲେ। ପହଞ୍ଚିବା ପରେ ମୁଁ ତାଙ୍କୁ ପ୍ରତାରଣା କରିଥିବା ସେ କହିଥିଲେ। ପରେ ରାସ୍ତା ମଝିରେ ମୋତେ ମାଡ଼ ମାରିଥିଲେ। ପରେ ମୁଁ ବେହୋଶ ହୋଇଗଲି। ଯେତେବେଳେ ମୋର ହୋସ୍‌ ଆସିଲା ଦେଖିଲି ସେ ମୋତେ କାରକୁ ନେଇ ଯାଉଛନ୍ତି । ପରେ ରକ୍ତ ଦାଗ ଲଗା ପୋଷକେକୁ ସେ କାର୍‌ରେ ଲୁଚାଇ ଦେଉଛନ୍ତି। ଯେପରି ମୋତେ ଆକ୍ରମଣ ହୋଇଛି ବୋଲି କେହି ଜାଣିପାରିବେ ନାହିଁ। ପରେ ସାହାସର ସହିତ ମୁଁ ପୋଲିସକୁ ସବୁ ଜଣାଇ ଥିଲି । ପରେ ଡେକ୍ଲାଙ୍କୁ ଗିରଫ କରାଗଲା।

Share