Categories: ଫୁରସତ

ପାରାକୁ ପାଣି ଟିକେ ଦେବା ପାଇଁ ପିଲାଟି କରୁଛି ଏପରି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୋଟପିଲାକୁ ଦେଖିବାକୁ ମିଳୁଛି। ପରେ ଆବଦ୍ଧ ବାଲ୍‌କୋନିରୁ ପିଲାଟି ବାହାରକୁ ହାତ ବାହାର କରି ଏକ ବଡ଼ ଚାମଚରେ ପାରାକୁ ପାଣି ଦେଉଛି। ଖରା ଅଧିକ ହେଉଥିବାରୁ ପାରାଟି ପାଣି ଟିକକ ପାଇଁ ବିକଳ ହେଉଥିବା ବେଳେ ପିଲାଟି ତାକୁ ପାଣି ଦେଉଛି। ସେ ତାହାକୁ ଶାନ୍ତି ମନରେ ପିଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଦୟା ଏବଂ ବିଶ୍ୱାସ ହେଉଛି ଭାଇ ଭାଇ …
ଭଗବାନ ପିଲାକୁ ଆଶୀର୍ବାଦ କରନ୍ତୁ ’। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share