ଅଗରନାଶି ଦ୍ୱୀପର ପରିସୀମା କମୁଛି

କେନ୍ଦ୍ରାପଡ଼ା ଅଫିସ, ୩୧।୧: ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା (ସାମୁଦ୍ରିକ) ବନ୍ୟଜନ୍ତୁ ଅଭୟାରଣ୍ୟ ଅଗରନାଶିର ପରିସୀମା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୫ ଦଶନ୍ଧିି ପୂର୍ବେ ଏହି ଦ୍ୱୀପର ଲମ୍ବ ୭ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ତଟକ୍ଷୟ ଯୋଗୁ ଏବେ ସେହି ଦ୍ୱୀପର ଲମ୍ବ ୭୦୦ ମିଟରକୁ ଖସି ଆସିଛି । ଫଳରେ ଏହାର ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡିଛି । ସମୁଦ୍ରର ଉତ୍ତାଳ ଜୁଆର ଝାଉଁବଣକୁ ଉଜାଡି ଦେଇଛି । ହାତଗଣତି କେତୋଟି ଝାଉଁବୁଦାକୁ ଛାଡିଦେଲେ ଗୋଟିଏ ଛୋଟ କରଞ୍ଜ ଗଛ ଅଛି । ସେହିପରି ବାଘ, ହେଟା, ବିଲୁଆଙ୍କ ବାସସ୍ଥଳ ଥିବା ଏହି ଦ୍ୱୀପରେ ବହୁ ଖୋଜିବା ପରେ ଦେଢ଼ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଏକ ବିରଳ ଏଣ୍ଡୁଅ ଦେଖିବାକୁ ମିଳିଛି । ଏପରି ତଟକ୍ଷୟ ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ବାସସ୍ଥଳ ଚଟକା ସମେତ ମହାକାଳପଡା ବ୍ଲକର ସୁନୀତି, ବାବର ଓ ଲାଞ୍ଜୁରା ପଞ୍ଚାୟତ ସମୁଦ୍ର ମୁହଁରେ ଲୀନ ହେବ ବୋଲି ପରିବେଶବିତ୍‌ମାନେ ଆକଳନ କରିଛନ୍ତି ।

ଅପରପକ୍ଷେ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ ଅଗରନାଶି ଦ୍ୱୀପରେ ପଡିଥିବା କୁଢ଼କୁଢ଼ ଆବର୍ଜନାକୁ ବନ ବିଭାଗ ଓ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମାନଗ୍ରୁଭ କନ୍‌ଜରଭେଶନ ସୋସାଇଟି ପକ୍ଷରୁ ସଫା କରାଯାଇଛି । ସୋସାଇଟି ସଭାପତି ଏହି ଦ୍ୱୀପ ସମ୍ପର୍କରେ କହିଛନ୍ତି, କନିକା ଉପସାଗର (ବଙ୍ଗୋପସାଗର)ର ଏହି ଅଞ୍ଚଳର ଲମ୍ବ ୭ କିଲୋମିଟର ଥିଲା । ସେଠାରେ ବହୁ ଝାଉଁଗଛ ଥିବା ବେଳେ ବାଘ, ହେଟା, ବିଲୁଆ, ହରିଣଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟଜନ୍ତୁ ବାସ କରୁଥିଲେ । ମତ୍ସ୍ୟଜୀବୀ ସେଠାରେ ରହି ମାଛକୁ ପାରମ୍ପରିକ ପ୍ରଣାଳୀରେ ଶୁଖୁଆ କରୁଥିଲେ । ୧୯୨୦ରେ ଏହି ଅଞ୍ଚଳର ମାଲିକାନାକୁ ନେଇ କନିକା ଇଷ୍ଟେଟ ଓ କୁଜଙ୍ଗ ଇଷ୍ଟେଟ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ତେବେ ଅଲିଭରିଡ୍‌ଲେଙ୍କ ଅନ୍ତୁଡିଶାଳ ଭାବେ ଚିହ୍ନଟ ପରେ ଗହୀରମଥା ଅଭୟାରଣ୍ୟ ରାଜ୍ୟ ସରକାରଙ୍କ ଅଧୀନରେ ଅଛି । ତଟକ୍ଷୟ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପାରାଦୀପ ବନ୍ଦର ନିର୍ମାଣ ପରେ ସମୁଦ୍ର ଜୁଆର ଏଠି ତୀବ୍ର ହୋଇଛି । ନିକଟସ୍ଥ ପେଣ୍ଠ ଗ୍ରାମକୁ ନିଶ୍ଚିହ୍ନ କରୁଥିବାରୁ ଜିଓ ସିନ୍ଥେଟିକ ଟିଉବ ୱାଲ ନିର୍ମାଣ ହୋଇଛି । ତେବେ ଗଭୀର ସମୁଦ୍ର ମଝିରେ ଥିବା ଅଗରନାଶିର ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ । ଫଳରେ ତଟକ୍ଷୟ ଯୋଗୁ ଏହି ଅଞ୍ଚଳ ନିଶ୍ଚିହ୍ନ ହେବାକୁ ବସିଛି । ଦ୍ୱୀପ ନିଶ୍ଚିହ୍ନ ହେଲେ ସମୁଦ୍ର ଜୁଆର ପେଣ୍ଠ ପରି ସିଧାସଳଖ ସୁନୀତି ପଞ୍ଚାୟତର ଶେଷ ମୁଣ୍ଡରେ ଥିବା ତଣ୍ଡାରେ ବାଡେଇ ହେବ । ଫଳରେ ଆସନ୍ତା ୫ ବର୍ଷ ମଧ୍ୟରେ ସୁନୀତି ସମେତ ଲାଞ୍ଜୁରା ଓ ବାବର ପ୍ରତି ସାମୁଦ୍ରିକ ବିପଦ ବଢ଼ିବ । ରାଜ୍ୟ ଓ କେନ୍ଦ୍ର ସରକାର ଏହାର ସୁରକ୍ଷା ପାଇଁ ଅଗରନାଶିରେ ବଡ ବଡ ପଥରରେ ବନ୍ଧ ନିର୍ମାଣ କରିବା ଆବଶ୍ୟକ । ସେହିପରି ତଣ୍ଡା ସମେତ ତଟାଞ୍ଚଳରେ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି ହେଲେ କିଛି ମାତ୍ରାରେ ବିପଦ ଟଳିବ ବୋଲି ସେ ପ୍ରକାଶ କରିଛନ୍ତି ।

ଦ୍ୱୀପାଞ୍ଚଳ ସଫେଇ ସମ୍ପର୍କରେ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ଗହୀରମଥା ସାମୁଦ୍ରିକ ବେଳାଭୂମିରେ ଆସନ୍ତା ଫେବୃୟାରୀରେ ବିରଳ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହେବ । ପୂର୍ବରୁ ଏହି ଦ୍ୱୀପରେ ଅଲିଭରିଡ୍‌ଲେ ଅଣ୍ଡାଦାନ କରୁଥିଲେ । ତେବେ ଗତ କିଛି ବର୍ଷ ମଧ୍ୟରେ ସେଥିରେ ବ୍ୟତିକ୍ରମ ଦେଖାଦେଇଛି । କୌଣସି କାରଣରୁ ଏହି ଦ୍ୱୀପରେ ସେମାନଙ୍କ ସଂଖ୍ୟା କମି ଚାଲିଛି। କଇଁଛ ଶାବକଙ୍କ ଅନ୍ତୁଡିଶାଳକୁ ପରିବେଶ ଉପଯୋଗୀ କରିବା ପାଇଁ ସେଠାରେ ପଡିଥିବା କାଚ, ପ୍ଲାଷ୍ଟିକ ବୋତଲ ସହ କଟା ଜାଲକୁ ସଫା କରାଯାଇଛି । ମରି ପଡିଥିବା କଇଁଛ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ବାଲିରେ ପୋତିଦିଆଯାଇଛି। ଚଳିତ ବର୍ଷ ଏଠାକୁ ଅଧିକ ସଂଖ୍ୟକ କଇଁଛ ଆସିବେ ବୋଲି ସେ ଆକଳନ କରିଛନ୍ତି । ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ କହିଛନ୍ତି, ତଟକ୍ଷୟ ସମ୍ପର୍କରେ ଅନୁଧ୍ୟାନ ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହିତ ତଟାଞ୍ଚଳରେ ବନ ବିଭାଗ ପକ୍ଷରୁ ବନୀକରଣ ହେଉଛି। ଅଲିଭରିଡ୍‌ଲେଙ୍କ ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କୁ କଟକଣା ସହିତ ଅଣ୍ଡାଦାନ ସ୍ଥଳକୁ ସଫା କରାଯାଇ ସୁରକ୍ଷିତ ଅନ୍ତୁଡିଶାଳରେ ପରିଣତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri