୭ ଘଣ୍ଟା ଧରି ଆମ୍ବୁଲାନ୍ସରୁ ବାହାର କରାଗଲାନି ମୃତଦେହ

ବନ୍ତ,୨୪।୮(ଡି.ଏନ୍‌.ଏ.) ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡା ଆଦିବାସୀ ସାହିର ଜଣେ ଯୁବକଙ୍କ ମୃତଦେହକୁ ବୁଧବାର ଆମ୍ବୁଲାନ୍ସରୁ ୭ ଘଣ୍ଟା ଧରି ଓହ୍ଲାଇ ଦିଆଯାଇ ନ ଥିବା ଜଣାପଡ଼ିଛି। ପରିବାର ଲୋକେ କ୍ଷତିପୂରଣ ଦାବିରେ ଏପରି କରିଛନ୍ତି। ପରେ ବନ୍ତ ଥାନାଧିକାରୀଙ୍କ ତତ୍ତ୍ବାବଧାନରେ ପରିବାରଲୋକେ ଓ କମ୍ପାନୀ ଠିକାଦାରଙ୍କ ସହିତ ଆଲୋଚନା କରାଯାଇ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ମୃତଦେହକୁ ଆମ୍ବୁଲାନ୍ସରୁ ବାହାର କରି ସତ୍କାର କରିଥିଲେ।