ଅନ୍ଧବିଶ୍ୱାସ: କଦଳୀ ଭେଳା କରି ସମୁଦ୍ରରେ ଭସାଇଦେଲେ ସାପ କାମୁଡ଼ା ଛାତ୍ରୀଙ୍କ ମୃତଦେହ

ମହାକାଳପଡ଼ା,୨୪ା୯ ଡି.ଏନ.ଏ.): ଅନ୍ଧବିଶ୍ୱାସ ଓ ପୁରୁଣା ପରମ୍ପରା ଏବେ ବି ଲୋକଙ୍କ ମନରେ ବଞ୍ଚତ୍ ରହିଛି। ତା’ର ଏକ ଉଦାହରଣ ଗୁରୁବାର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ଖରିନାସୀ ଗାଁରେ ଦେଖିବାକୁ ମିଳିଛି। ସ୍ଥାନୀୟ ମାଛ ଜେଟି ନିକଟରେ ରହୁଥିବା ଶ୍ରୀଧାମ ଦାସଙ୍କ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଝିଅ ପ୍ରିୟା(୮)ଙ୍କ ବୁଧବାର ରାତିରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ବଙ୍ଗୀୟ ପରମ୍ପରା ଅନୁଯାୟୀ ଗୁରୁବାର ସକାଳେ ପରିବାର ସଦସ୍ୟମାନେ ଏକ କଦଳୀ ଭେଳା ତିଆରି କରାଯାଇ ପୂଜାର୍ଚ୍ଚନା କରିଥିଲେ। ପ୍ରିୟାଙ୍କ ମୃତଦେହକୁ ଭେଳାରେ ରଖି ମହାନଦୀ ଶାଖା ଗଳିଆ ନଦୀ ପାଖକୁ ନିଆଯାଇଥିଲା। ସେଠାରେ ଅନ୍ୟ ଏକ ଡଙ୍ଗାରେ କଦଳୀ ଭେଳାକୁ ହୁକିଟୋଲା ସମୁଦ୍ର ମୁହାଣରେ ଭସାଇ ଦିଆଯାଇଥିଲା। ଏହି ଅଭାବନୀୟ ଦୃଶ୍ୟକୁ ଦେଖିବାକୁ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇଥିଲେ। କଦଳୀ ଭେଳାରେ ରହିଥିବା ପ୍ରିୟାଙ୍କ ମୃତଦେହ ସମୁଦ୍ର ମୁହାଣରେ ଭସାଯାଉଥିବା ବେଳେ କାନ୍ଦ ବୋବାଳିରେ ମାଛଧରା ଜେଟି ଫାଟି ପଡିଥିଲା। ପ୍ରିୟାଙ୍କ ମା’ ଚେତାଶୂନ୍ୟ ହୋଇପଡିଥିଲେ। ଏଣେ ପ୍ରିୟାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ନ ଥିଲା ା ବଙ୍ଗୀୟ ପରମ୍ପରା ଅନୁଯାୟୀ, ସାପ କାମୁଡ଼ାରେ କାହାର ମୃତ୍ୟୁ ଘଟିଲେ ମୃତଦେହକୁ କଦଳୀ ଭେଳାରେ ରଖି ସମୁଦ୍ରରେ ଭସାଇ ଦିଆଯାଇଥାଏ। ଏଥିରେ ମା’ ମନସା ସନ୍ତୁଷ୍ଟ ହୁଅନ୍ତି। ମା’ଙ୍କ ନିକଟରେ ମୃତଦେହ ପହଞ୍ଚତ୍ଲେ ମୃତକଙ୍କ ଆତ୍ମା ଶାନ୍ତିରେ ରହିବ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁ ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri