ପାଟଣା,୧୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ପଞ୍ଚାୟତ ଅନ୍ତର୍ଗତ ଡିଗିଡିଗିଆ ସାହି ବୈତରଣୀ ନଦୀକୂଳରେ ରବିବାର ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଭାସି ଭାସି ଆସି ଲାଗିଛି। ତେବେ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଯୁବକଙ୍କ ସ୍ବାଭାବିକ ମୃତଦେହ ନଦୀର ଉପର ମୁଣ୍ଡରୁ ଭାସି ଆସିଛି କି ଏହା ଏକ ହତ୍ୟାକାଣ୍ଡ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପାଟଣା ଥାନା ପକ୍ଷରୁ ଥାନାଧିକାରୀ ମାନସ କୁମାର ମହାକୁଡ଼, ଏଏସ୍ଆଇ ସରୋଜ କୁମାର ସେଠୀ, ଧନେଶ୍ୱର ପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଡକାଇଛି।

