ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ୟାଙ୍କର

ଅତାବିରା,୧୦ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ରବିବାର ସକାଳୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି l ବିଶାଖାପାଟଣାରୁ ଝାରସୁଗୁଡ଼ା ବେଦାନ୍ତ ଫ୍ୟାକ୍ଟ୍ରିକୁ ଯାଇଥିବା ଆଲୁମିନିୟମ ବୋଝେଇ ଟ୍ୟାଙ୍କରରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ନିଜର ଜୀବନ ବଞ୍ଚାଇବା ସହିତ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲେ।ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ସଙ୍ଗେ ସଙ୍ଗେ ଅତାବିରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଯାହା ଫଳରେ ଏକ ବଡ଼ ଅଘଟଣରୁ ସ୍ଥାନୀୟ ଲୋକେ ବର୍ତ୍ତିଯାଇଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କ କହିବା ଅନୁଯାୟୀ ଗାଡ଼ି ଚାଲୁଥିବା ସମୟରେ ଗାଡ଼ି ଭିତରୁ ଧୂଆଁ ବାହାରିବାରୁ ସେ ଗାଡ଼ି ଅଟକାଇ ଚେକ୍‌ କରିବା ସମୟରେ ହଠାତ୍‌ ନିଆଁ ଲାଗି ଯାଇଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ହିଟ୍‌ ଓ୍ବେଭ୍‌ ସହ କାଳବୈଶାଖୀ, ୧୦ ଯାଏ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ) – ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri