ମିଳିଲା ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ

ଗୋପାଳପୁର,୨୩ା୭(ଡି.ଏନ.ଏ.): ଗୋପାଳପୁର ଥାନା ଗୋଳାବନ୍ଧ ଗ୍ରାମ ସ୍ଥିତ ଆର୍ମି ଏଡ଼ି କଲେଜ ପରିସରରୁ ଶୁକ୍ରବାର ଜଣେ ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ନାଏକ ଶଙ୍କର କୁମାର ମଣ୍ଡଲ (୩୪)। ଏ ନେଇ ପୋଲିସ ଏକ ମାମଲା (ନଂ. ୧୪/୨୧) ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

ଗୋଳାବନ୍ଦ ସ୍ଥିତ ଆର୍ମି ଏଡି କଲେଜରେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲା ଚନ୍ଦ୍ରଘାଟ ଗ୍ରାମର ଶଙ୍କର ୬ ମାସ ହେବ କର୍ଣ୍ଣଲଙ୍କ ନିକଟରେ ନାଏକ୍‌ ରୂପେ କାର୍ଯ୍ୟ କରୁଥିଲେ। ବିଭିନ୍ନ ସମୟରେ ସେ ମାନସିକ ଚିନ୍ତାରେ ରହୁଥିଲେ। ଶୁକ୍ରବାର ମାନସିକ ଭାରସାମ୍ୟ ହରାଇ ଶଙ୍କର ଏଡିଏମ୍‌ ରେଜିମେଣ୍ଟର ଦ୍ୱିତୀୟ ମହଲାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଗୋପାଳପୁର ପୋଲିସ ପହଞ୍ଚତ୍ ଶଙ୍କରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।