Categories: ବରଗଡ଼

ଗ୍ରୀସୁଲ ନଦୀ ବ୍ରିଜ ନିକଟରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବରଗଡ ଅଫିସ,୨୫।୧୦-ବରଗଡ ମୁଖ୍ୟ କେନାଲରେ ଗତ ଶୁକ୍ରବାର ଓ ଶନିବାର ୨ଜଣ ଭାସି ଯାଇଥିଲେ। ଶନିବାର ଭାସି ଯାଇଥିବା ବରଗଡ ତଳିପଡାର ଯୁବକ ଓମ ପ୍ରକାଶ ଭୋଇ(୨୨)ଙ୍କ ମୃତଦେହ ରବିବାର ସକାଳୁ ବରଗଡ଼ ମୁଖ୍ୟ କେନାଲର ଗୁଡେଶିରା ନିକଟରୁ ଉଦ୍ଧାର କରାଯାଇଥିଲା। ସେହିପରି ଶୁକ୍ରବାର ଭାସି ଯାଇଥିବା ସିମେଣ୍ଟ ନଗର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର କଲେତ(୭୦)ଙ୍କ ମୃତଦେହ ରବିବାର ଅପରାହ୍ନରେ ବରଡୋଲ-ଦେଓଗାଁ ରାସ୍ତାର ଗ୍ରୀସୁଲ ନଦୀ ବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଖୋଜାଖୋଜି ପରେ ମୃତଦେହକୁ ପାଇଥିଲେ।