ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ ଅଫିସ,୧୮ା୩: ମାଟ୍ରିକ ପରୀକ୍ଷାରେ ଶନିବାର ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡ଼ିଥିଲା। ସେଟ୍‌ ‘ବି’ ଭିତରେ ‘ଏ’ ସେଟ୍‌ର ପ୍ରଶ୍ନ ପଡ଼ିଥିଲା। ଆଜି ବରଗଡ଼, ଢେଙ୍କାନାଳରୁ ଏପରି ଖବର ଆସିଥିଲା। ତେବେ ଏହି ଭୁଲ୍‌କୁ ସ୍ବୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଛନ୍ତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା ବୋର୍ଡ ସ୍ବୀକାର କରିଛି। ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ। ଛାତ୍ରୀଛାତ୍ର ଚିନ୍ତିତ ନ ହେବାକୁ ବୋର୍ଡ ସଭାପତି ରାମାଶିଷ ହାଜରା ପରାମର୍ଶ ଦେଇଛନ୍ତି। ଅଳ୍ପ ଛାତ୍ରୀଛାତ୍ର ଏପରି ପ୍ରଶ୍ନପତ୍ର ପାଇଥିଲେ।

ସେ କହିଛନ୍ତି, ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ଏହିଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। ‘ବି’ ସେଟ୍‌ ଭିତରେ ‘ଏ’ ସେଟ୍‌ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଯାଇଛି। ଏହାର ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।