କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭାଜପା ନେତା

କେନ୍ଦୁଝର,୧ା୮(ସ୍ବ.ପ୍ର.) କେନ୍ଦୁଝର ଜିଲା ଭାଜପାର ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଆନନ୍ଦପୁର ବିଧାନସଭାର ଭାଜପା ନେତା ଆଲୋକ ସେଠୀ ଜିଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର ଜିଲା କୋଷାଧ୍ୟକ୍ଷ ହରିହର ମହାନ୍ତ କେନ୍ଦ୍ର ଶିକ୍ଷା ତଥା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ଦୀର୍ଘ ସମୟ କେନ୍ଦୁଝର ଭାଜପାର ସାଙ୍ଗଠନିକ ଶକ୍ତି ବୃଦ୍ଧି ଉପରେ ଆଲୋଚନା କରିବା ସହ କେନ୍ଦୁଝରରେ ଏକ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ସ୍ଥାପନ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ କେନ୍ଦୁଝରକୁ ଅଲଗା କରି ଏକ ସ୍ବତନ୍ତ୍ର ତଥା ନୂତନ ବିଶ୍ୱବିଦ୍ୟାଳୟର ନିର୍ମାଣ କରିବା ସହ ହାଟଡ଼ିହି ବ୍ଲକ ଓ ଘଟଗାଁ ବ୍ଲକରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।
ପ୍ରକାଶ ଥାଉକି, ବାରିପଦା ଆଉ ବାଲେଶ୍ୱର ମଧ୍ୟରେ ଭୌଗୋଳିକ ଦୂରତା ଅତ୍ୟନ୍ତ ନଗଣ୍ୟ ହେଲେ ମଧ୍ୟ ଦୁଇଟି ସ୍ଥାନରେ ଦୁଇଟି ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିବା ବେଳେ ବାରିପଦାରୁ କେନ୍ଦୁଝରର ଦୂରତା ୨୦୦ କିମିରୁ ଊଦ୍ଧର୍‌ବ ହୋଇଥିବା ସହ କେନ୍ଦୁଝରରେ ବିଶ୍ୱବିଦ୍ୟାଳୟ ନ ହେବା ଜିଲାବାସୀଙ୍କୁ ନିରାଶ କରିଛି।