Posted inଜାତୀୟ

ଆରଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାଜପା ନେତ୍ରୀ

ପାଟନା,୧୦।୧୧: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ମନ୍ତବ୍ୟକୁ ନେଇ ବିହାର ରାଜନୀତି ସରଗରମ ହୋଇଛି। ଏ ସମ୍ପର୍କରେ ନୀତୀଶଙ୍କ ଇସ୍ତଫା ଦାବିରେ ଏନଡିଏ ନେତାମାନେ ଗୃହ ବାହାରେ ବିରୋଧ କରୁଛନ୍ତି। ଏହି ବିବାଦକୁ ନେଇ ଭାଜପା ବିଧାୟକ ଶ୍ରେୟାସୀ ସିଂ ଶୁକ୍ରବାର କହିଛନ୍ତି, ବିଧାନସଭାରେ ଆଜେଡି ବିଧାୟକମାନେ ଲଡୁରେ ବିଷାକ୍ତ ପଦାର୍ଥ ମିଶାଇ ବଣ୍ଟନ କରୁଥିଲେ ଯାହା ଦ୍ୱାରା ଆମେ ମାନସିକ ସ୍ତରରେ ବିଚଳିତ ହୋଇଯିବୁ। ବିଧାନସଭାରେ ନୀତୀଶ କୁମାର ନିୟମ ପାଳନ କରନ୍ତି ନାହିଁ। ସେ ନିଜ ସଂସ୍କାର ଭୁଲିଗଲେଣି। ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭା ବାଚସ୍ପତି ଦଳିତଙ୍କ କଥା ଶୁଣନ୍ତି ନାହିଁ। ଏହି ସରକାର ମହିଳା ଏବଂ ଏସସି ବିରୋଧୀ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମଞ୍ଜୀ କହିଛନ୍ତି. ବିଧାନସଭାର ମୁଖ୍ୟ ହେଉଛନ୍ତି ବାଚସ୍ପତି। ଏହା ଦୁଃଖର ବିଷୟ ଯେ, ଗୃହର ବାଚସ୍ପତି ଆୱଧ ବିହାରୀ ଚୌଧୁରୀ ତାଙ୍କର ସମସ୍ତ ନିଷ୍ପତ୍ତି ଶାସକ ଦଳ ସପକ୍ଷରେ ଦେଉଛନ୍ତି, ଯାହା ସମ୍ବିଧାନ ତଥା ଗଣତନ୍ତ୍ର ପାଇଁ ସାଂଘାତିକ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଶ୍ଚିତ ଭାବେ ଦୋଷୀ, କିନ୍ତୁ ଆମ ଅଧ୍ୟକ୍ଷ ତାଙ୍କଠାରୁ କମ ଦୋଷୀ ନୁହଁନ୍ତି ।
ଗୁରୁବାର ବିଧାନସଭାରେ ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍‌ଝୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଜାତିଭିତ୍ତିକ ସର୍ଭେ ଉପରେ ପ୍ରଶ୍ନ ଉଠାଇଥିଲେ। ଲୋକମାନେ ସଂରକ୍ଷଣର ଲାଭ ପାଇଛନ୍ତି କି ନାହିଁ ସରକାର କେବେ ବିଶ୍ଳେଷଣ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ଏହା ଶୁଣି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଗରେ କହିଥିଲେ,ମାନଝୀଙ୍କର କୌଣସି ଜ୍ଞାନ ନାହିଁ। ମୋର ମୂର୍ଖତା ହେତୁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri