ଦାୟିତ୍ୱରେ ଥିବା ବିଜେଡି ନେତା ପୁଣି ଯିବେ ପଦ୍ମପୁର

ଭୁବନେଶ୍ବର,୯ା୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡି ନେତା ଓ କର୍ମୀ ଦଳୀୟ କାର୍ଯ୍ୟାଳୟଠାରେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। କେବଳ ସେତିକି ନୁହେଁ, ସବୁ କର୍ମୀ ଏବଂ ନେତା ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟଠାରେ ମିଠା ବାଣ୍ଟି ନାଚି, କୁଦି ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଅନ୍ୟପଟେ ଉଭୟ ଭାଜପା ଏବଂ କଂଗ୍ରେସ ଶିବିରରେ ଖାଁ ଖାଁ ପରିସ୍ଥିତି ଦେଖିବାକୁ ମିଳିଛି। ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଲାଗି ରହୁଥିବା ଗହଳ ଚହଳ ମଧ୍ୟ ନ ଥିଲା। ଏଭଳି ସ୍ଥିତିରେ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହେବାପରେ ବିଜେଡି ପଦ୍ମପୁର ପାଇଁ ତା’ର ପରବର୍ତ୍ତୀ କାର୍ଯ୍ୟକ୍ରମ ନେବା ଲାଗି ଯୋଜନା ପ୍ରସ୍ତୁତ କରିଦେଇଛି। ସେପଟେ ଭାଜପା କାହିଁକି ଏତେବଡ଼ ବ୍ୟବଧାନରେ ପରାଜିତ ହେଲା ତା’ର କାରଣ ଖୋଜିବା ଲାଗି ପ୍ରସ୍ତୁତ ହେଲାଣି। ମାଳମାଳ କେନ୍ଦ୍ରମନ୍ତ୍ରୀ, ଏକାଧିକ ପ୍ରଚାର ଏବଂ ଜିତିବାର ଦମ୍ଭୋକ୍ତି ଦେଖାଉଥିବା ଭାଜପା କେଉଁଥିପାଇଁ ପରାଜିତ ହେଲା ସେନେଇ ଆଗାମୀ ଦିନରେ ମାନସମନ୍ଥନ ହେବ ବୋଲି ମତ ରଖୁଛନ୍ତି। କଂଗ୍ରେସ ଏହି ଉପନିର୍ବାଚନରେ ଅମାନତ ରଖି ନ ପାରିବାକୁ ନେଇ ଭିନ୍ନ ମତ ରଖିଛି।
ମିଳିଥିବା ସୂଚନା ମୁତାବକ, ବିଜେଡି ପକ୍ଷରୁ ପଦ୍ମପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ନେତାମାନଙ୍କୁ ଭୋଟ ଗଣତିର ପୂର୍ବଦିନ ଅର୍ଥାତ୍‌ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ନିବାସ ଡକାଇ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଗୋଟିଏ କଥା ଉପରେ ଗୁରୁତ୍ୱ ଦେବା ଲାଗି କହିଥିଲେ। ଯେଉଁମାନେ ପଦ୍ମପୁରର ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ରହିଥିଲେ ସେମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଯାହାସବୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି ତାକୁ ତୁରନ୍ତ ପାଳନ କର। ତେଣୁ ଆସନ୍ତା ୧୫ କିମ୍ବା ୧୭ ତାରିଖରେ ପଦ୍ମପୁରର ଯେଉଁ ନେତା ଯେଉଁଠି ଦାୟିତ୍ୱରେ ଥିଲେ ସେଠାକୁ ଯାଇ ସେ ବିଷୟରେ ଆଲୋଚନା କରି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହେବେ। ଆସନ୍ତା ୬ ମାସ ମଧ୍ୟରେ ସେହି ସବୁ କାର୍ଯ୍ୟ ପାଇଁ ନବନିଯୁକ୍ତ ବିଧାୟିକାଙ୍କୁ ସାଙ୍ଗରେ ନେଇ ନଡ଼ିଆ ବାଡ଼େଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହାସବୁ ପ୍ରତିଶ୍ରୁତି ପଦ୍ମପୁରବାସୀଙ୍କୁ ଦିଆଯାଇଥିଲା ତାହା ପାଳନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରି ଦଳ ରାଜ୍ୟବ୍ୟାପୀ ଏକ ବାର୍ତ୍ତା ଦେବାକୁ ଚାହୁଁଥିବା ବିଶେଷ ସୂତ୍ରରୁ ଜଣାପଡୁଛି। ଆଗକୁ ୨୦୨୪ ସାଧାରଣ ନିର୍ବାଚନକୁ ଆଉ ପାଖାପାଖି ବର୍ଷେ ଥିବାରୁ ଦଳ ପଦ୍ମପୁରରେ ପ୍ରତିଶ୍ରୁତି ସବୁ ପାଳନ କରି ତା’ର ଫାଇଦା ନେବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଭାଜପା ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି ବୋଲି ଏକ ସବୁସ୍ତରର ଆକଳନ କରାଯାଉଥିବା ବେଳେ ଫଲାଫଳ କିନ୍ତୁ ସେସବୁ କଥାକୁ ଭୁଲ୍‌ ପ୍ରମାଣିତ କରିଛି। ହେଲେ ଭାଜପାର ଏତେ ଉଦ୍ୟମ ସତ୍ତ୍ୱେ କାହିଁକି ସେମାନଙ୍କୁ ଏତେ ବଡ଼ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଲା ତା’ର କାରଣ ଖୋଜାଯିବ ବୋଲି ସବୁ ନେତା ମତ ରଖୁଛନ୍ତି। ତେବେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ଦଳର ଆଗ ଧାଡ଼ିର ନେତାମାନେ କେବଳ ସହଯୋଗ କରୁଥିଲେ। ସ୍ଥାନୀୟ ନେତାମାନେ ମୁଖ୍ୟତଃ ନିର୍ବାଚନ ଲଢୁଥିଲେ। ତେଣୁ କନକ ବର୍ଦ୍ଧନଙ୍କ ଏଭଳି ବୟାନକୁ ଶୁଣିବାପରେ ପଦ୍ମପୁରରେ ଯେ ଦଳ ଭିତରେ ସବୁକିଛି ଠିକ୍‌ ନ ଥିଲା ତା’ର ବାର୍ତ୍ତା ଦେଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଦଳରେ ଏନେଇ କେବେ ସମୀକ୍ଷା ହେବ ତାକୁ ଦେଖିବା ଦରକାର ବୋଲି ଦଳୀୟ ନେତାମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି। କଂଗ୍ରେସ ଭୋଟ ଦେଖିବା ପରେ ବହୁ ବରିଷ୍ଠ କଂଗ୍ରେସ ନେତା ଆଉ ଏହା ଉପରେ କିଛି ମତାମତ ଦେବାକୁ ଚାହୁଁନାହାନ୍ତି। ଦଳ ନିଜ ସ୍ଥିତି ନେଇ ସମୀକ୍ଷା କରିବା ଦରକାର ବୋଲି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri