କୃଷି ବିଲ୍‌ରେ ବିଜେଡି ଅସ୍ପଷ୍ଟ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୁସରଣ କରି ବିବାଦୀୟ ୩ କୃଷି ଆଇନ ଢାଞ୍ଚାରେ ରାଜ୍ୟ ସରକାର ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ବିପଣନ(ବିକାଶ ଓ ସୁଗମତା) ବିଲ୍‌-୨୦୨୦ ଆଣିବାକୁ ଯୋଜନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୨୦୨୦ ନଭେମ୍ବର ୨୫ରେ ବିଧାନସଭାରେ ଉକ୍ତ ବିଲ୍‌କୁ ଉପସ୍ଥାପନ କରିଥିଲେ। ତେବେ ବିରୋଧୀ ଦଳ ପ୍ରତିବାଦ ଏବଂ ଚାଷୀଙ୍କ ବିରୋଧକୁ ଦେଖି ରାଜ୍ୟ ସରକାର ସେହି ବିଲ୍‌କୁ ଅଧିକ ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଛନ୍ତି। ଏବେ କୃଷି ଆଇନକୁ ନେଇ ଦେଶରେ ପାଣିପାଗ ବଦଳିଛି। ଦେଶବ୍ୟାପୀ କୃଷକମାନଙ୍କର ପ୍ରବଳ ବିରୋଧ ସହ ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ହାରିଯିବା ଭୟରେ କେନ୍ଦ୍ର ସରକାର ମୁଣ୍ଡ ନୁଅଁାଇଛନ୍ତି। ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। କେନ୍ଦ୍ର ୟୁ-ଟର୍ନ କରିଥିବାବେଳେ ରାଜ୍ୟ ସରକାର ଉପରୋକ୍ତ ବିଲ୍‌କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସମବାୟ ମନ୍ତ୍ରୀ ସ୍ବାଇଁ କହିଛନ୍ତି, ଉକ୍ତ ବିଲ୍‌ ଅକାମୀ ହୋଇଯାଇଛି। କେନ୍ଦ୍ର ନୂଆ ପ୍ରସ୍ତାବ ଆଣିବା ପରେ ତାହାକୁ ରାଜ୍ୟ ସରକାର ବିଚାର କରିବେ।
କେନ୍ଦ୍ର ସରକାରଙ୍କ ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ବିଲ୍‌-୨୦୨୦କୁ ଅନୁକରଣ କରି ରାଜ୍ୟ ସରକାର ଉକ୍ତ ବିଲ୍‌କୁ ପ୍ରସ୍ତୁତ କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହି ବିଲ୍‌ ଆଇନରେ ପରିଣତ ହେଲେ କୃଷିଜାତ ଦ୍ରବ୍ୟ ଖରିଦ, ବିକ୍ରିରେ ସାମିଲ ହୋଇଥିବା ସରକାରୀ ସଂସ୍ଥା ହଟିଯିବେ। ସମଗ୍ର ରାଜ୍ୟ ପାଇଁ ଏକକ ବଜାର ଲାଇସେନ୍ସ ବ୍ୟବସ୍ଥା ଲାଗୁ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ କୃଷିକ୍ଷେତ୍ରର ଘରୋଇକରଣ କରାଯିବ। ଜଣେ ଲାଇସେନ୍ସ ପାଇଥିବା ବେପାରୀ ରାଜ୍ୟର ଯେକୌଣସି ସ୍ଥାନରୁ କୃଷି ଉତ୍ପାଦିତ ଦ୍ରବ୍ୟ କ୍ରୟ କରିପାରିବେ। କେବଳ ସେତିକି ନୁହେଁ, ରାଜ୍ୟ ବାହାର ବେପାରୀ ମଧ୍ୟ ରାଜ୍ୟରେ ନିଜର ବାଣିଜ୍ୟ କାରବାର କରିପାରିବେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର କୃଷି ଆଇନ ଆଣିବା ପରେ ରାଜ୍ୟ ସରକାର ଏ ନେଇ ପଦକ୍ଷେପ ଆରମ୍ଭ କରିଥିଲେ। କେନ୍ଦ୍ରର କୃଷି ଅଧ୍ୟାଦେଶକୁ ନକଲ କରି ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ୨୯ରେ ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ଅଧ୍ୟାଦେଶ-୨୦୨୦ ଏବଂ ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ୍‌ ଆଣ୍ଡ କଣ୍ଟ୍ରାକ୍ଟ ଫାର୍ମିଂ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ଅଧ୍ୟାଦେଶ-୨୦୨୦ ଆଣିଥିଲେ। କେନ୍ଦ୍ରର କୃଷି ଆଇନକୁ ବିରୋଧ ଦେଖି ଓଡ଼ିଶା ସରକାର କଣ୍ଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶକୁ ରଦ୍ଦ କରି ଦେଇଥିଲେ। ତେବେ ୨୦୨୦ ନଭେମ୍ବର ୨୦ରେ ରାଜ୍ୟ ସରକାର ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ଅଧ୍ୟାଦେଶକୁ ବିଲ୍‌ରେ ପରିଣତ କରି ନଭେମ୍ବର ୨୫ରେ ବିଧାନସଭାରେ ଉପସ୍ଥାପନ କରିଥିଲେ। ବିରୋଧୀ ଦଳ ଏହି ବିଲ୍‌କୁ ଚାଷୀ ବିରୋଧୀ ଏବଂ କର୍ପୋରେଟ ସଂସ୍ଥାକୁ ଫାଇଦା ଦେବା ପାଇଁ ଉଦ୍ଦିଷ୍ଟ କହି ପ୍ରବଳ ହଟ୍ଟଗୋଳ କରିଥିଲେ। କେନ୍ଦ୍ର କୃଷି ଆଇନକୁ ବିରୋଧ ହେଉଥିବା ଜାଣି ଉକ୍ତ ବିଲ୍‌କୁ ବିଧାନସଭାରେ ଗୃହିତ କରା ନ ଯାଇ ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଯାଇଥିଲା।
ଏହି ବିଲ୍‌ କର୍ପୋରେଟ ସଂସ୍ଥା ପାଇଁ କରାଯାଇଛି। ଯଦି କୃଷି ବଜାରକୁ ଖୋଲା ଛାଡ଼ିଦିଆଯିବ ତେବେ ଏହା କୃଷକଙ୍କ ପାଇଁ ଭୟଙ୍କର ହେବ। ଏହା ସମଗ୍ର କୃଷି ବ୍ୟବସ୍ଥାକୁ ଛାରଖାର କରିଦେବ। ଶାସକ ବିଜେଡି ଏହି ବିଲ୍‌କୁ ପାର୍ଲାମେଣ୍ଟରେ ବିରୋଧ କରୁଥିବାବେଳେ ଓଡ଼ିଶା ଚାଷୀଙ୍କ ପାଇଁ ଏଭଳି ବିଲ୍‌ ଆଣିବା ଆଶ୍ଚର୍ଯ୍ୟ କରିଛି ବୋଲି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ କୃଷକମାନେ ଘରୋଇ କମ୍ପାନୀ ଦ୍ୱାରା ଶୋଷିତ ହେବେ ବୋଲି ସେ କହିଛନ୍ତି । ବିଲ୍‌ ଉପସ୍ଥାପନ କରିଥିବା ସମବାୟ ମନ୍ତ୍ରୀ ଏବେ ବିଲ୍‌ ଆଉ କାର୍ଯ୍ୟକାରୀ ହେବ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

ଲକ୍‌ଡାଉନର ସୁଯୋଗ ନେଇ କେନ୍ଦ୍ର ସରକାର ସମଗ୍ର ଦେଶ ଉପରେ କୃଷି ଆଇନକୁ ଲଦି ଦେଇଥିଲେ। ଓଡ଼ିଶା ବିଧାନସଭାରେ ଯେଉଁ ବିଲ୍‌ ରାଜ୍ୟ ସରକାର ଆଣିଥିଲେ ତାହା ଅକାମୀ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଦେଖି ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ଦୋମୁହାଁ ନୀତିକୁ ଭାଜପା ଓ କଂଗ୍ରେସ ସମାଲୋଚନା କରିଛନ୍ତି। ଭାଜପା ବରିଷ୍ଠ ନେତା ବିଷ୍ଣୁପଦ ସେଠୀ କହିଛନ୍ତି, ବିଜେଡି ଏକ ସୁବିଧାବାଦୀ ଦଳ। ପାର୍ଲାମେଣ୍ଟରେ ଗୋଟିଏ କଥା କହୁଥିବା ବେଳେ ରାଜ୍ୟରେ ଆଉ ଗୋଟିଏ କଥା କହୁଛି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ନିର୍ଦ୍ଦେଶରେ ପରିଚାଳିତ ହେଉଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାମଣା ରହିଛି। କୃଷି ଆଇନ ଉଭୟଙ୍କ ମୁଖା ଖୋଲିଦେଇଛି। ବର୍ତ୍ତମାନ ଭାଜପା ଓ ବିଜେଡି ପରସ୍ପରକୁ ଦୋଷ ଦେଇ ଚାଲିଛନ୍ତି। କଂଗ୍ରେସ ଚାଷୀଙ୍କ ସହ ରହିଛି। ଯେ ପର୍ଯ୍ୟନ୍ତ କୃଷି ଆଇନ ରଦ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ କଂଗ୍ରେସ ବିରୋଧ ଜାରି ରଖିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri