ବିଜେଡି ହାତକୁ ଗଲା ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ପଦ

ବଲାଙ୍ଗୀର ଅଫିସ,୧୩ା୩: ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ଆଗଲପୁର ଜୋନ୍‌ ୧ର ବିଜେଡି ଜିଲା ପରିଷଦ ସଦସ୍ୟା ଦେବକୀ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୩୪ ଆସନ ବିଶିଷ୍ଟ ଜିଲା ପରିଷଦରୁ ବିଜେଡି ୨୬ଟି ଆସନରେ ବିଜୟୀ ହୋଇ ଜିଲା ପରିଷଦ ଗଠନ କରିବାକୁ ସ୍ପଷ୍ଟ ଜନାଦେଶ ପାଇଥିଲା। ମନ୍ତ୍ରୀ ସୁଶାନ୍ତ ସିଂ ବଲାଙ୍ଗୀର ଡିଆରଡିଏରେ ଉପସ୍ଥିତ ଥିଲେ। ବିଜୟୀ ହେବା ପରେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସମୃଦ୍ଧ ଜିଲା ଗଠନ ଦିଗରେ କାମ କରିବେ ବୋଲି ଦେବକୀ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।