ଗଡ଼ ରକ୍ଷା ପାଇଁ ବିଜେଡି, ଭାଜପା ତତ୍ପର

କେନ୍ଦ୍ରାପଡ଼ା ଅଫିସ,୧୮ା୨: କେନ୍ଦ୍ରାପଡ଼ା ଜିଲାର ରାଜକନିକା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶୁକ୍ରବାର ଅନୁଷ୍ଠିତ ହେବ। ୨୦୧୭ ନିର୍ବାଚନରେ ରାଜକନିକା ବ୍ଲକର ୩ ଜୋନ୍‌ ଓ ମାର୍ଶାଘାଇର ଗୋଟିଏ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଅପରପକ୍ଷରେ ମାର୍ଶାଘାଇ ବ୍ଲକର ୨୪ ଓ ୨୬ ନଂ. ଜୋନ୍‌ରେ ଭାଜପା ସପକ୍ଷରେ ଭୋଟ ଯାଇଥିଲା। କଂଗ୍ରେସ ରାଜକନିକା ବ୍ଲକ ଅଞ୍ଚଳରେ ଭୋଟ ଗ୍ରହଣ ହାରରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଗୋଟିଏରେ ଭାଜପା ଓ ୨ଟିରେ ବିଜେଡି ପ୍ରାର୍ଥୀ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଦ୍ୱିତୀୟ ସ୍ଥାନରେ ଥିଲା। ତେବେ ଚଳିତ ନିର୍ବାଚନରେ କେତେକ କାରଣ ପାଇଁ ବିଜେଡିକୁ ଗଡ଼ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବାକୁ ପଡୁଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଫଳାଫଳ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ରଣନୀତି ବଦଳୁଛି। ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ସୁପରିଚାଳିତ କରିଥିବା ଜିଲା ପ୍ରଶାସନ ଏହାର ପୁନରାବୃତ୍ତି ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି। ଚଳିତ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଇଥିବାରୁ ଏହାର ପ୍ରତିକାର ପାଇଁ ବ୍ୟାପକ ପୋଲିସ ବଳ ମୁତୟନ ହୋଇଛି।
ରାଜକନିକା ବ୍ଲକ ଅଞ୍ଚଳର ୩ ଜିଲା ପରିଷଦ ଜୋନ୍‌ ଅଞ୍ଚଳରେ ମୋଟ ଭୋଟରଙ୍କ ସଂଖ୍ୟା ୧୨୩୫୦୬ ରହିଛି। ୪୮୪ ବୁଥ୍‌ରୁ ୯୬ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି। ଚଳିତ ନିର୍ବାଚନରେ ବ୍ଲକ ଅଞ୍ଚଳରେ ଖରସ୍ରୋତା ପାଣି ବିବାଦ, ପାନୀୟ ଜଳ, ଗମନାଗମନ ରାସ୍ତା ଓ ସେତୁଠାରୁ ଆରମ୍ଭ କରି କ୍ଷେତକୁ ଜଳ ପରିଚାଳନା ପ୍ରମୁଖ ସମସ୍ୟା ଉପସ୍ଥାପିତ ହୋଇଛି। କୃଷିଭିତ୍ତିକ ଏହି ବ୍ଲକ ଅଞ୍ଚଳରେ ଅଦ୍ୟାବଧି ଗୋଟିଏ ଇଞ୍ଚ ମଧ୍ୟ କେନାଲ ଜଳସେଚନ ବ୍ୟବସ୍ଥା ନାହିଁ। ପ୍ରାର୍ଥୀମାନେ ଏହାକୁ ନିର୍ବଚନୀ ଆୟୁଧ କରିଛନ୍ତି। ଏହି ବ୍ଲକର ୨୭ ନଂ. ଜୋନ୍‌ରେ ବିଜେଡିରୁ ପ୍ରବୀଣା ଦାସ, କଂଗ୍ରେସରୁ ପ୍ରିୟଦର୍ଶନୀ ବେହେରା ଓ ଭାଜପାରୁ ବିଜୁଶ୍ରୀ ବିଜୟା ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ୨୮ ନଂ. ଜୋନ୍‌ରେ ୫ ପ୍ରାର୍ଥୀ ଅଛନ୍ତି ା ବିଜେଡିରୁ ପ୍ରତାପ କୁମାର ବେହେରା, ଭାଜପାରୁ ମନୋଜ ସେନାପତି, ସ୍ବାଧୀନ ପ୍ରାର୍ଥୀ ସତ୍ୟଜିତ ସ୍ବାଇଁ, ସରୋଜକାନ୍ତ ରାଉତ ଓ କଂଗ୍ରେସରୁ କ୍ଷୀରୋଦ କୁମାର ବେହୁରିଆ ଜିଲା ପରିଷଦ ସଭ୍ୟ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ୨୯ ନଂ. ଜୋନ୍‌ରେ ବିଜେଡିରୁ ଅମିତା ସାହୁ, କଂଗ୍ରେସରୁ ପ୍ରମିଳା ସାହୁ ଓ ଭାଜପାରୁ ମଧୁସ୍ମିତା ଜେନା ନିର୍ବାଚନୀ ମଇଦାନରେ ଅଛନ୍ତି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଶାଘାଇ ବ୍ଲକ ଅଞ୍ଚଳର ୩୬୬ ବୁଥ୍‌ରେ ୧୦୬୯୩୦ ଭୋଟର ମତଦାନ କରିବାକୁ ବ୍ୟବସ୍ଥା ହୋଇଛି। ୧୬୧ଟି ବୁଥ୍‌ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି। ଏଥିସହ ବ୍ଲକ ଅଞ୍ଚଳର ୫ ସ୍ଥାନରେ ଅସ୍ଥାୟୀ ବୁଥ୍‌ ନିର୍ମାଣ ହୋଇଛି। ଏହି ଦୁଇ ବ୍ଲକରେ ବିଜେଡି ପାଇଁ ଦଳୀୟ ଅନ୍ତଃକନ୍ଦଳ ସହ ଆଞ୍ଚଳିକ ସମସ୍ୟା ଗୁରୁତର ହୋଇଛି। ଏହାର ଫାଇଦା ବିରୋଧୀ ଭାଜପା ଓ କଂଗ୍ରେସ ନେବ ବୋଲି ଆଲୋଚନା ହେଉଛି ା ବ୍ଲକର ୨୪ ନଂ. ଜୋନ୍‌ରେ ଦଳୀୟ କନ୍ଦଳ ତୀବ୍ର ହେବା ପରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏଠାରୁ ବିଏସ୍‌ପିରୁ ଅଶୋକ କୁମାର ପ୍ରଧାନ, ସ୍ବାଧୀନ ପ୍ରାର୍ଥୀ ଜଳଧର ବେହେରା, କଂଗ୍ରେସରୁ ଦୋଳଗୋବିନ୍ଦ ମାହାଳି, ଭାଜପାରୁ ପ୍ରଜେଶ ରଞ୍ଜନ ନାୟକ, ସ୍ବାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପରିଡା, ବିଜେଡିରୁ ପ୍ରମୋଦ କୁମାର ରଥ, ସ୍ବାଧୀନ ପ୍ରାର୍ଥୀ ମାଧବ ଚରଣ ନାୟକ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ମଲ୍ଲିକ ଓ ସିପିଆଇର ସୀତାକାନ୍ତ ନାୟକ ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୫ ନଂ. ଜୋନ୍‌ରେ ସ୍ବାଧୀନ ପ୍ରାର୍ଥୀ ଅଞ୍ଜଳି ରାଉତ, ବିଜେଡିରୁ ଦୁର୍ଗାବତୀ ପ୍ରଧାନ, କଂଗ୍ରେସରୁ ନମିତା ଦାସ, ସ୍ବାଧୀନ ପ୍ରାର୍ଥୀ ନମିତା ନାୟକ ଓ ରାଜଲକ୍ଷ୍ମୀ ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିସହ ୨୬ ନଂ. ଜୋନରେ ୫ ପ୍ରାର୍ଥୀ ଅଛନ୍ତି। କଂଗ୍ରେସରୁ ଅରବିନ୍ଦ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଉଷାରାଣୀ ମିଶ୍ର, ସ୍ବାଧୀନ ପ୍ରାର୍ଥୀ ଦୀପକ କୁମାର ଚୌଧୁରୀ, ବିଜେଡିରୁ ପ୍ରତାପ କୁମାର ମଲ୍ଲିକ ଓ ଭାଜପାରୁ ମିହିର କୁମାର ସାମଲ ପ୍ରାର୍ଥୀ ଅଛନ୍ତି। ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚତ୍ ଥିବା ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri