ଗଞ୍ଜାମ,୨୮।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମରୁ ଗତ କାଲି ବିଳମ୍ବିତ ରାତିରେ ବାଇକ ଚୋରି ହୋଇଥିବା ଜଣାପଡିଛି। ଏନେଇ ଗାଡି ମାଲିକ ଆଲୋକ ନାହାକ ରବିବାର ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଗାଡି ନଂ ଓଡ଼ି ୦୭ଟି ୨୨୮୭ ଗାଡି ପ୍ରତି ଦିନ ଘର ଆଗରେ ରଖି ଆସୁଥିଲେ। ଶନିବାର ବିଳମ୍ବିତ ରାତିରେ କେହି ଦୃବୁତ୍ତ ଚୋରି କରି ନେଇଯାଇଥିବା ଜଣାପଡ଼ିଛି। ଚାରିଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ଗାଡିର କୌଣସି ସୁରାକ ନ ମିଳିବା ପରେ ନିରୁପାୟ ହୋଇ ହୁମା ଫାଣ୍ଡିରେ ଅଭିଯୋଗ କରିଲେ ବୋଲି ଆଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗାଁରୁ ପ୍ରଥମଥର ପାଇଁ ବାଇକ ଚୋରି ହୋଇଛି ବୋଲି ଖଟୁଆକୁଦା ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ ସୂଚନା ଦେଇଛନ୍ତି l


