Categories: ଫୁରସତ

ସବୁଠୁ ବଡ଼ ସାନ୍ତା…

ଖ୍ରୀଷ୍ଟମାସ ଆସିଲେ ସାନ୍ତା କ୍ଲଜ୍‌ଙ୍କୁ ନେଇ ଅନେକଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଇଥାଏ। ସେମାନଙ୍କର ବିଶ୍ୱାସ ଥାଏ ଯେ, ଏହି ପବିତ୍ର ଅବସରରେ ସାନ୍ତା କୁଆଡ଼େ ଘରକୁ ଅନେକ ସୁଖସମୃଦ୍ଧି ନେଇ ଆସିଥାନ୍ତି। ଏହା କେତେ ଦୂର ସତ ତାହା ତ ଜଣାନାହିଁ କିନ୍ତୁ ଲୋକବିଶ୍ୱାସରେ ସାନ୍ତା ସୌଭାଗ୍ୟର ପ୍ରତୀକ ହୋଇ ଆଜିଯାଏ ରହି ଆସିଛନ୍ତି। ସେଥିପାଇଁ ଖ୍ରୀଷ୍ଟମାସ ଆସିଲେ ଦେଶ ହେଉ ଅବା ବିଦେଶର ବିଭିନ୍ନ ସ୍ଥାନରେ ସାନ୍ତାଙ୍କର ଖୁବ୍‌ ସୁନ୍ଦର ସୁନ୍ଦର ପ୍ରତିମା ତିଆରି କରାଯାଇଥାଏ। ତେବେ ସୂଚନାନୁଯାୟୀ, ୨୦୧୬ରେ ପର୍ତ୍ତୁଗାଲ୍‌ର ଅଗୁଏଡ଼ା ନାମକ ସହରରେ ଗଢ଼ାଯାଇଥିଲା ବିଶ୍ୱର ସବୁଠାରୁ ବଡ଼ ସାନ୍ତା ପ୍ରତିମା; ଯାହାର ଉଚ୍ଚତା ଥିଲା ପ୍ରାୟ ୬୯.୧୬ ଫୁଟ, ଚଉଡ଼ା ୩୦.୧୨ ଫୁଟ ଏବଂ ଗଭୀରତା ପ୍ରାୟ ୪୧.୪ ଫୁଟ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରତିମାଟିକୁ ପ୍ରାୟ ୮ ଟନ୍‌ର ଆଲୁମିନିୟମ୍‌ ଓ ଲୁହା ଦ୍ୱାରା ତିଆରି କରାଯାଇ ତା’ଉପରେ ବିଭିନ୍ନ ରଙ୍ଗର କମ୍‌ ଭୋଲ୍‌ଟେଜ୍‌ ବିଶିଷ୍ଟ ପ୍ରାୟ ଏକ ଲକ୍ଷ ଦଶ ହଜାରରୁ ଉର୍ଦ୍ଧ୍ୱ ଏଲ୍‌ଇଡି ଲାଇଟ୍ସ ଲଗାଇ ଖୁବ୍‌ ସୁନ୍ଦର ଭାବେ ଡେକୋରେଟ୍‌ କରାଯାଇଥିଲା।

Share